Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଗୌନ୍ତିଆ ଙ୍କ ପରଲୋକ, ଅଞ୍ଚଳ ରେ ଶୋକାକୁଳ ପରିବେଶ।

କଳାହାଣ୍ଡି:୧୧/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଗ୍ରାମ ର ଗୌନ୍ତିଆ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ (୮୫) ଙ୍କ ଶନିବାର ରାତିରେ ନିଜ ଲଡୁଗାଁ ସ୍ଥିତ ବାସଭବନ ରେ ପରଲୋକ ଗମନ ହୋଇଛି। ସେ ଏକାଧାରରେ ଜଣେ ବରିଷ୍ଠ ସମାଜସେବୀ,କର୍ତବ୍ୟନିଷ୍ଠ ମେଳାପୀ ପରୋପକାରୀ ବ୍ୟକ୍ତି ବିଶେଷ ଭାବେ କୋକସରା ଅଞ୍ଚଳ ରେ ଜଣାଶୁଣା ଥିଲେ। ଲଡୁଗାଁ ର ଅନେକ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ପାଇଁ ସେ ଜମିଦାନ କରିବା ସହ ଲଡୁଗାଁ ଅଞ୍ଚଳ ର ପ୍ରତ୍ୟେକ ସାମାଜିକ, ଶିକ୍ଷାନୁଷ୍ଠାନ ଅନୁଷ୍ଠାନ ସହିତ ଜଡିତ ରହି ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ସେ ଜଣେ ଆଦିବାସୀ ସମ୍ପ୍ରଦାୟର ବରିଷ୍ଠ ସମାଜସେବୀ ଭାବେ ସମାଜ ପାଇଁ ସେ ଉତ୍ସର୍ଗୀକୃତ ମନୋଭାବ ରଖି ସେବା ଯୋଗାଇ ଦେଇ ଆସୁଥିଲେ। ଆଜି ତାଙ୍କ ମର ଶରୀର କୁ କୋକସରା ଓ ଲଡୁଗାଁ ଅଞ୍ଚଳ ର ଶତାଧିକ ଲୋକେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗାଁ ସ୍ମଶାନ ରେ ତାଙ୍କ ଦୁଇ ପୁଅ ମଦନ ମାଝୀ ଓ ଭଗବାନ ମାଝୀ ମୁଖାଗ୍ନି ଦେଇଥିଲେ। ତାଙ୍କ ଶବଧାର ରେ ଅନେକ ଜନ ପ୍ରତିନିଧ,ଶିକ୍ଷାବିଦ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସାମିଲ ହୋଇଥିଲେ।ତାଙ୍କ ପରଲୋକ ରେ କୋକସରା ବ୍ଲକ ଅଞ୍ଚଳ ରେ ବିଭିନ୍ନ ମହଲ ରୁ ଶୋକ ସନ୍ଦେଶ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories