Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠୁଟିବର ଗ୍ରାମ ରେ ଡାଇରିଆ,୧୫ ରୁ ଉର୍ଦ୍ଧ ଆକ୍ରାନ୍ତ,ଗାଁରେ ପହଞ୍ଚିଲେ ଜିଲ୍ଲା ମେଡ଼ିକାଲ ଟିମ।

କଳାହାଣ୍ଡି:୧୧/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ରେ ଗତ କିଛିଦିନ ତଳେ ଡାଇରିଆ ବ୍ୟାପି ଜଣେ ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡିଥିବା ବେଳେ କିଛିଦିନ ବ୍ୟବଧାନ ପରେ ପୁଣି ବ୍ଲକ ର ଗୋତମୁଣ୍ଡା ପଞ୍ଚାୟତ ଠୁଟିବର ଗ୍ରାମ ର ନାଗପଡା ରେ ଗତ ଦୁଇଦିନ ମଧ୍ୟରେ ୧୫ ଜଣ ଡାଇରିଆ ରେ ଆକ୍ରାନ୍ତ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଆକ୍ରାନ୍ତ ଧର୍ମଗଡ ଓ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଆକ୍ରାନ୍ତ ଙ୍କ ମଧ୍ୟରେ ଗୁରୁତର ବିଳାସ ଗୋପାଳ(୩୦),ପାଦୁକା ଗୋପାଳ(୪୫) ନିଳାମ୍ବର ଗୋପାଲ(୨୨) ନମିତା ବାଗ(୨୨)ଶୋଭାବତୀ ଗୋପାଳ(୬୦) ରହିଛନ୍ତି। ସେମାନଙ୍କୁ ଭବାନୀପାଟଣା, ଧର୍ମଗଡ ଓ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଘଟଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରବିବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଏକ ମେଡ଼ିକାଲ ଟିମ ଏପିଡେମୋଲୋଜିଷ୍ଟ ବିଶେଷଜ୍ଞ ଡ଼.ନିହାର ଠାକୁର ଙ୍କ ନେତୃତ୍ୱରେ ଏକ ଟିମ ଠୁଟିବର ଗ୍ରାମ ରେ ପହଞ୍ଚି ଘର ଘର ବୁଲି ଆକ୍ରାନ୍ତ ରୋଗୀ ଙ୍କୁ ପରୀକ୍ଷା କରିବା ସହ ଔଷଧ ଓ ସଚେତନ କରିବା ସହ ଡାଇରିଆ ବ୍ୟାପୁଥିବା ର କାରଣ ଖୋଜିଛନ୍ତି। ନାଗପଡା ରେ ଥିବା ୪ ଗୋଟି ନଳକୂପ ର ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି ଓ ନଳକୂପ ଗୁଡିକ ଦୂଷିତ ପରିବେଶ ମଧ୍ୟରେ ଥିବା ବେଳେ ଗ୍ରାମ୍ୟ ଜଳଯୋଗାଣ ପକ୍ଷରୁ ବିଶୋଧନ ହୋଇ ନଥିବା ସୂଚନା ଦେଇଛନ୍ତି। ରବିବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ ଠୁଟିବର ଗାଁ ରେ ପହଞ୍ଚିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଖବର ସଂଗ୍ରହ କରିବାକୁ ପହଞ୍ଚିଥିଲେ। ତେବେ ନଳକୂପ ର ପାନୀୟ ଜଳ ବ୍ୟବହାର କରୁଥିବା ନେଇ ଗ୍ରାମବାସୀ ମାନେ କହିଥିବା ବେଳେ ନଳକୂପ ଗୁଡିକୁ ବିଶୋଧନ କରା ଯାଉନଥିବା ଅଭିଯୋଗ କରିଛନ୍ତି। ଏନେଇ ବ୍ଲକ ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ ଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ନେବାରୁ ଆମ ପାଖରେ ଖବର ନଥିଲା, ଆଜି ଗାଁ ରେ ଥିବା ନଳକୂପ ଗୁଡିକୁ ବିଶୋ6 କରିବା ପାଇଁ ଗାଡି ପଠାଇଛି ବୋଳି କହିଥିଲେ। ତେବେ ବର୍ଷା ଦିନ ପୂର୍ବରୁ ନଳକୂପ ଗୁଡ଼ିକୁ ବିଶୋଧନ କରିବା ପାଇଁ ସରକାରୀ ସ୍ତରରେ ନିୟମ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ କାହିଁକି ଅବହେଳା କରାଯାଇଛି।ଫଳରେ ଆଜି ଦୂଷିତ ପାଣି ସେବନ କରି ଡାଇରିଆ ବ୍ୟାପୁଥିବା ନେଇ ଅଭିଯୋଗ ହୋଇଛି। କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପି ଏଚ ଇଓ ଉର୍ମିଳା ଛାତ୍ରୀଆ ଙ୍କ ନେତୃତ୍ୱରେ ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା,ମହିଳା ସ୍ଵାସ୍ଥ୍ୟ କର୍ମି ଅଯୋଧ୍ୟା ବାଗ, ସଞ୍ଚୟ ଶବର ,ସ୍ୱାସ୍ଥ୍ୟ ପରିଦର୍ଶକ କ୍ଷୀରୋଧ ବାଗ, ଆଶା କର୍ମି ମଞ୍ଜୁଳାତା ପ୍ରଧାନ ପ୍ରମୁଖ ଠୁଟିବର ଗାଁ ରେ ଆକ୍ରାନ୍ତ ରୋଗୀ ଙ୍କୁ ଚିକିତ୍ସା ସହ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।
ରିପୋର୍ଟ-ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories