Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜବାହର ନବୋଦୟ ବିଦ୍ୟାଳୟର ସମନ୍ୱୟ ବୈଠକ

କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ତୁଡ଼ିପାଜୁ ସ୍ଥିତ ପି.ଏମ୍‌‌.ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟର ସଭାଗୃହ ପରିସରରେ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅଧ୍ୟକ୍ଷା ଶ୍ରୀମତି ମମତାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ପ୍ରଥମେ ଅଧ୍ୟକ୍ଷା ଶ୍ରୀମତି ପଣ୍ଡା ଅଭିଭାବକ ମାନଙ୍କୁ ସ୍ୱାଗତ କରିବା ସହିତ ବିବରଣୀ ପାଠ କରିଥିଲେ। ଉପ ପ୍ରାଚାର୍ଯ୍ୟ ଯତିନ୍‌‌ କୁମାର ରଥ ନବୋଦୟ ବିଦ୍ୟାଳୟ ଉପରେ ଆଲୋକପାତ କରିବା ସହିତ ଆଗାମି ଶିକ୍ଷାବର୍ଷରେ ହେବାକୁ ଥିବା ଷଷ୍ଠଶ୍ରେଣୀ ପ୍ରବେଶିକା ପରୀକ୍ଷା ଏବଂ ପଞ୍ଜିକରଣ ବୃଦ୍ଧି ଉପରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ନୂତନ ଅଭିଭାବକ ଶିକ୍ଷକ ସମିତି ଗଠନ ପାଇଁ ନିଷ୍ପତି ନିଆଯାଇ ନୂତନ ସଦସ୍ୟ ମାନଙ୍କୁ ମନୋନିତ କରାଯାଇଥିବା ବେଳେ ଟିକାବାଲି ବ୍ଲକ ପାଇଁ ଅଭିଭାବକ ରୋହିତ୍‌‌ ପ୍ରଧାନ, ଜି.ଉଦୟଗିର ବ୍ଲକ ପାଇଁ ରାଞ୍ଚିଲତା ମାଣ୍ଡାଙ୍ଗି, ଫିରିଙ୍ଗିଆ ବ୍ଲକ ପାଇଁ ସୁଶାନ୍ତ କୁମାର ପଟନାୟକ ଏବଂ ପ୍ରିୟଙ୍କା କହଁର, କେ.ନୂଆଗାଁ ବ୍ଲକ ପାଇଁ ମନୋରଂଜନ ସାହୁ ଓ ରୁକୁମଣି ପ୍ରଧାନ, ଦାରିଙ୍ଗିବାଡ଼ି ବ୍ଲକ ପାଇଁ ଗୌରି ଶଙ୍କର ସାହୁ, କୋଟଗଡ଼଼ ବ୍ଲକ ପାଇଁ କ୍ଳର୍କ ବଳିୟାରସିଂ, ବାଲିଗୁଡ଼ା ବ୍ଲକ ପାଇଁ ନମିତା ପଟନାୟକ, ଖଜୁରିପଡ଼ା ବ୍ଲକ ପାଇଁ ବସ୍ତିଆ କହଁର, ଦାରିଙ୍ଗବାଡ଼ି ବ୍ଲକ ପାଇଁ ମମିତା ସାହୁ, ରାଇକିଆ ବ୍ଲକ ପାଇଁ ସୁଦାମ କୁମାର ପାତ୍ର ଏବଂ ତୁମୁଡ଼ିବନ୍ଧ ବ୍ଲକ ପାଇଁ ମାନସ କୁମାର ସାହୁ, ଚକାପାଦ ବ୍ଲକ ପାଇଁ ଲୋପମୁଦ୍ରା ମହାପାତ୍ର ଏବଂ ଫୁଲବାଣୀ ବ୍ଲକ ପାଇଁ ସଂଯୁକ୍ତା କୁମାରୀ ମିଶ୍ରଙ୍କୁ ମନୋନିତ କରାଯାଇଥିବା ବେଳେ ଶିକ୍ଷକ ସଦସ୍ୟଭାବେ ଏନ୍‌‌.ଶ୍ରୀପତି ଚୌଧୁରୀ, ବାସୁଦେବ ମିଶ୍ର, ସୋନୀ ଅଗ୍ରୱାଲା, ଭିନା ରାୟ ଏବଂ ସଂଜିନ୍‌‌ ବିଶ୍ୱକର୍ମାଙ୍କୁ ସଦସ୍ୟଙ୍କୁ ମନୋନିତ କରାଯାଇଛି। ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ବସୁଧା ମିଶ୍ରଙ୍କ ସଂଯୋଜନତାର ନୂତନ ଅଭିଭାବକ ଶିକ୍ଷକ ସମିତି ସଦସ୍ୟ ମାନଙ୍କୁ ମନୋନିତ କରାଯାଇଥିବା ବେଳେ ସନ୍ତୋଷ କୁମାର ରଥ ଓ ସୁଶାନ୍ତ କୁମାର ପଟନାୟକ ଅଭିଭାଷଣ ପ୍ରଦାନ କରିଥିଲେ। ଇତିହାସ ଅଧ୍ୟାପକ ନିତିନ୍‌‌ ଭରଦ୍ୱାଜ ଧନ୍ୟବାପ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ