Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଶିକ୍ଷା ନିକେତନ ଆନ୍ତର୍ଜାତିକ ଯୁବ ଦିବସ ପାଳିତ।

କୋକସରା:୧୨/୦୮
ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶିକ୍ଷା ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆର୍ନ୍ତଜାତିକ ଯୁବ ଦିବସ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ ସଭାପତିତ୍ଵ କରିବା ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୁବ କବି ରଜତ ବଂଶଲ ଯୋଗଦେଇ ନିଶା ନିବାରଣ ବାର୍ତ୍ତାକୁ କବିତା ମାଧ୍ୟମରେ ଉପସ୍ଥାପନ କରିଥିଲେ। ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ ଭକ୍ତ ଚରଣ ଭୋଇ ଯୋଗଦେଇ ଯୁବ ସମାଜ କିପରି ନିଶା ସେବନରୁ ମୁକ୍ତ ହୋଇ ପାରିବ ଓ ନିଜେ ସଚେତନ ହେବା ସହ ଅନ୍ୟ କୁ ସଚେତନ କରେଇପାରିବ ସେ ବିଷୟର ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ର ଜୀବ ବିଜ୍ଞାନ ଅଧ୍ୟାପକ ଭାଗ୍ୟବାନ ଦାସ ଓ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶ ଦାତା ଶାନ୍ତନୁ ବାଗ ପ୍ରମୂଖ ମଞ୍ଚାସୀନ ଥିଲେ। ଉକ୍ତ ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରଚନା ପ୍ରତିଯୋଗିତା କରାଯାଇଥିଲା ଏବଂ କୃତି ଛାତ୍ରଛତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଭୁଜବଳ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯକ୍ରମକୁ ଅଧ୍ୟାପକ ଦେବରାଜ ସତନାମୀ, ରୀଙ୍କୁ ଖମାରୀ,ବସନ୍ତ ରଣା,ଦେବେନ୍ଦ୍ର ରଣା,ଭାସ୍କର ଗୋପାଳ, ଅଧ୍ୟାପିକା ସୁମନ ସିନ୍ଦୂର ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories