Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିର୍ଲିଗୁଡା ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ପାଇଁ ବ୍ଲକ ପ୍ରଶାସନ ଓ ବିଧାୟକ ଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ।

କଳାହାଣ୍ଡି:୧୩/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଅନ୍ତର୍ଗତ ସିର୍ଲିଗୁଡା ଗ୍ରାମ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମରାମତି ଅଭାବ କାରଣ ରୁ ବର୍ଷା ଦିନ ରେ ଗ୍ରାମବାସୀ ଙ୍କ ଯାତାୟାତ ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସିର୍ଲିଗୁଡା ପ୍ରାଥମିକ ବିଦ୍ୟାଳୟ ଠାରୁ ବସ୍ତିପଡା,ତେନ୍ତୁଳିପଡା ଦେଇ ଆମପଡା ପର୍ଯ୍ୟନ୍ତ ରାସ୍ତା ଏବେ କାଦୁଅ ପଚ ପଚ ସାଙ୍ଗକୁ ଖାଲଖମା ରେ ଭର୍ତ୍ତି ହୋଇଥିବା କାରଣରୁ ଏହି ରାସ୍ତା ଦେଇ ଗାଡି ଯିବା ତ ଦୂରର କଥା ସାଇକେଲ ରେ ମଧ୍ୟ ଯିବା ଅସମ୍ଭବ ହୋଇ ପଡିଛି। ବାରମ୍ବାର ଗ୍ରାମବାସୀ ମାନେ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ସମେତ ଅଧିକାରୀ ଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ମଙ୍ଗଳବାର ସିର୍ଲିଗୁଡା ଗ୍ରାମର ଶ୍ୟାମ ସୁନ୍ଦର ନାଏକ, ତୁଙ୍ଗଧ୍ଵଜ ନାଏକ, ଯଦୁ ନାଏକ,ସୁବଳ ସୋରି, ମନୁ ସୋରି, ସିଙ୍ଘ ମାଝୀ,କାର୍ତ୍ତିକ ସୋରି, ଜୟପାଳ ସୋରି,ଗଜିନ୍ଦ୍ର ନାଏକ, ରାଜେନ୍ଦ୍ର ପୋଢ଼,ଘନଶ୍ୟାମ ମାଝୀ, ପିତାମ୍ବର ସୋରି ପ୍ରମୁଖ ମଙ୍ଗଳବାର କୋକସରା ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବିଡ଼ିଓ ସ୍ନେହାପ୍ରଭା ମାଝୀ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କୁ ଭେଟି ରାସ୍ତା ମରାମତି ପାଇଁ ଆଲୋଚନା କରିବା ସହ ଗ୍ରାମବାସୀ ଙ୍କ ଯାତାୟାତ ସୁବିଧା ପାଇଁ ଯୁଦ୍ଧ କାଳୀନ ଭିତ୍ତି ରେ ମରାମତି କରିବାକୁ ଦାବି କରିଥିଲେ।ତେବେ ଏହି ରାସ୍ତା ବର୍ତ୍ତମାନ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ହସ୍ତାନ୍ତର ହୋଇଥିବା ବେଳେଆଗାମୀ ଦିନରେ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅନୁମତି ମଧ୍ୟ ମିଳିଥିବା ନେଇ ବ୍ଲକ ଉପାଧ୍ୟକ୍ଷ ସୂଚନା ଦେଇଥିଲେ। ତେବେ ବର୍ତ୍ତମାନ ଯାତାୟାତ ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ।ତେବେ ଆଜି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ସରକାରୀ କାର୍ଯ୍ୟକ୍ରମ ରେ କୋକସରା ବ୍ଲକ କୁ ଆସିଥିବା ବେଳେ ବିଧାୟକ ଙ୍କୁ ଭେଟି ମଧ୍ୟ ଗ୍ରାମବାସୀ ମାନେ ଅଭିଯୋଗ କରିବା ପରେ ବିଧାୟକ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକାରୀ ଙ୍କୁ ଏହି ରାସ୍ତା ବାବଦ ରେ ପଚାରି ଶୀଘ୍ର ଲୋକଙ୍କ ଯାତାୟାତ ପାଇଁ ସାମୟିକ ଭାବେ ରାସ୍ତା ମରାମତି କରିବାକୁ କହିଥିଲେ। ବିଧାୟକ ଙ୍କ ହସ୍ତକ୍ଷେପ ପରେ ରାସ୍ତା ମରାମତି ହେବାନେଇ ଆଶା କରିଛନ୍ତି ସିର୍ଲିଗୁଡା ଗ୍ରାମବାସୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories