Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନ୍‌ସିଇଆର୍‌ଟି ପୁସ୍ତକରୁ ହଟିଲା ଚାର୍ଲ୍ସ ଡାରୱିନଙ୍କ ଇଭୋଲ୍ୟୁସନ ଥିଓରୀ

ନଆଦିଲ୍ଲୀ: ଏନ୍‌ସିଇଆର୍‌ଟି ପାଠ୍ୟ ପୁସ୍ତକରୁ ହଟି ଚାଲିଛି ପୂର୍ବ ଲିଖିତ ବିଷୟବସ୍ତୁ। ଏହାକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ ଗାନ୍ଧୀଙ୍କ କଥା ବହିରୁ ହଟାଗଲା। ତାପରେ ମୌଲାନା ଆଜାଦଙ୍କ କଥା। ଏହିଭଳି ଅନେକ ଇତିହାସର ପାଠ୍ୟ ବିଷୟରୁ ହଟାଇ ଦିଆଯାଇଛି। ଏହାକୁ ନେଇ ତୀବ୍ର ହେଉଛି ବିବାଦ।

ଏବେ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ମହାନ ବୈଜ୍ଞାନିକ ଚାର୍ଲ୍ସ ଡାରୱିନଙ୍କ ଇଭୋଲ୍ୟୁସନ ଥିଓରୀକୁ ଏନ୍‌ସିଇଆର୍‌ଟି ପୁସ୍ତକରୁ ହଟାଇ ଦିଆଯାଇଛି। ଯାହାକୁ ନେଇ ଭାରତର ବୈଜ୍ଞାନିକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହ ଏନ୍‌ସିଇଆର୍‌ଟିକୁ ଚିଠି ଲେଖିଛନ୍ତି।

ସାରା ଭାରତରୁ ୧୮୦୦ରୁ ଅଧିକ ବୈଜ୍ଞାନିକ, ଶିକ୍ଷକ ଓ ବିଜ୍ଞାନ ଉତ୍ସାହୀ ବ୍ୟକ୍ତି ନବମ ଓ ଦଶମ ଶ୍ରେଣୀ ବିଜ୍ଞାନ ବହିରୁ ଡାରୱିନ୍‌ଙ୍କ ବିକାଶ ସିଦ୍ଧାନ୍ତକୁ ହଟାଇ ଦେବା ପ୍ରସଙ୍ଗକୁ କଡା ନିନ୍ଦା କରି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ