Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଧମକ

ଥିରୁବନ୍ତପୁରମ୍: ଏୟାର ଇଣ୍ଡିଆରେ ଏକ ବିମାନରେ ବୋମା ଥିବା ଧମକ । ଯାହାକୁ ନେଇ ଖେଳିଯାଇଛି ଆତଙ୍କ । ଧମକ ମିଳିଥିବା ବିମାନରେ ଥିଲେ ୧୩୫ ଯାତ୍ରୀ । ମମ୍ବାଇରୁ ଥିରୁବନ୍ତପୁରମରେ ପହଞ୍ଚିଥିବା ଏୟାର ଇଣ୍ଡିଆର ବିମାନ AI 657କୁ ଏହି ବୋମା ଥିବା ଧମକ ମିଳିବା ପରେ ପୂରା ବିମାନ ବନ୍ଦରରେ ଏମରଜେନ୍ସି ଘୋଷଣା କରାଯାଇଛି ।

ବିମାନଟି ନିରାପଦ ଲ୍ୟାଣ୍ଡିଂ କରିବା ପରେ ତାକୁ ଆଇସୋଲେସନରେ ରଖାଯାଇଛି । କ୍ରୁ ସଦସ୍ୟଙ୍କ ସମେତ ବିମାନରେ ମୋଟ ୧୩୫ ଯାତ୍ରୀ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି ।

ବିମାନ ବନ୍ଦର ଅଧିକାରୀମାନେ ସମ୍ପୂର୍ଣ୍ଣ ବିମାନର ଯାଞ୍ଚ ଜାରି ରଖିଛନ୍ତି । ବୋମା ବିମାନ ଭିତରେ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି । ସୂତ୍ର ଅନୁସାରେ ଥିରୁବନ୍ତପୁରମ ବିମାନ ବନ୍ଦରରେ ବିମାନଟି ପହଞ୍ଚିବା ପରେ ପାଇଲଟଙ୍କୁ ଆଜି ସକାଳ ୮ଟାରେ ଏହି ଧମକ ମିଳିଥିଲା । ଧମକ କିଏ, କାହିଁକି ଓ କିଭଳି ଦେଇଥିଲେ ସେ ନେଇ କିଛି ସୂଚନା ମିଳିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ