Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମ୍ମୁ-କାଶ୍ମୀର ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କରିବାର କିଛି ସମୟ ପରେ ପ୍ରତ୍ୟାହାର କରିନେଲା ବିଜେପି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ ତାରିଖରୁ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ୩୭୦ ଧାରା ଉଚ୍ଛେଦ ପରେ ଏଠାରେ ପ୍ରଥମ ନିର୍ବାଚନ ହେବାକୁ ଯାଉଥିବାରୁ ରାଜନୀତି ଉଷ୍ଣ ହୋଇଛି । ସବୁ ରାଜନୈତିକ ଦଳ ଏବେ ଆକ୍ଟିଭ ହୋଇଯାଇଛନ୍ତି । ନିର୍ବାଚନକୁ ନେଇ ଆଜି ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା । ହେଲା ତାଲିକା ଜାରି କରିବାର କିଛି ସମୟ ପରେ ଦଳ ଏହାକୁ ପ୍ରତ୍ୟାହାର କରିନେଇଛି ।

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା ବିଜେପି । କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି । ଦଳ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ମଧ୍ୟ ଏହି ପ୍ରାର୍ଥୀ ତାଲିକାକୁ ହଟାଇ ଦେଇଛି । ତାଲିକାରେ ବିଜେପି କିଛି ପରିବର୍ତ୍ତନ କରିବାକୁ ଯାଉଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ୯୦ଟି ଆସନରେ ତିନୋଟି ପର୍ଯ୍ୟାୟରେ ଭୋଟ୍‌ ହେବ । ଏଥିପାଇଁ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଓ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ବିଜେପି ପ୍ରତ୍ୟାହାର କରିନେଥିବା ତାଲିକାରେ ପମ୍ପୋରରୁ ସୟଦ ଶୌକତ ଗୟୁର ଅନ୍ଦ୍ରାବୀ, ରାଜପୋରାରୁ ଅରସିଦ ଭଟ୍ଟ, ସୋପିଆନ୍‌ରୁ ଜାଭେଦ୍ ଅହମ୍ମଦ କାଦ୍ରି, ଅନନ୍ତନାଗ ପଶ୍ଚିମବଙ୍ଗରୁ ମହମ୍ମଦ ରଫିକ୍ ୱାନି, ଅନନ୍ତନାଗରୁ ଆଡଭୋକେଟ୍ ସୟଦ ୱାଜାହଟ୍, ଶ୍ରୀଗୁଫବାଡା ବିଜବେହରାରୁ ସୋଫି ୟୁସୁଫଙ୍କୁ ଟିକେଟ୍ ଦେଇଥିଲା । ବର୍ତ୍ତମାନ ଏହି ତାଲିକା ସଂଶୋଧିତ ହେବ । ବିଜେପିର ନୂଆ ତାଲିକା କେବେ ଆସିବ ସେନେଇ ଦଳ କୌଣସି ସୂଚନା ଦେଇନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ