ଜମ୍ମୁ-କାଶ୍ମୀର: ପାକିସ୍ତାନ ସୀମାରେ ପୁଣି ଆତଙ୍କବାଦୀ ସକ୍ରିୟ । କିଛିଦିନ ହେବ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ସମସ୍ୟା ବଢ଼ିବାରେ ଲାଗିଛି । ଏହାର ସୁଯୋଗ ନେଇ ପାକିସ୍ତାନ ପଟୁ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ଏପରି ଦୁଇଟି ଅନୁପ୍ରବେଶ ଘଟଣାକୁ ପଣ୍ଡ କରିଦେଇଛନ୍ତି ସୁରକ୍ଷା କର୍ମୀ । କୁପଓ୍ୱାଡା ଓ ରଜୌରୀରେ ଅନୁପ୍ରବେଶ ବେଳେ ଦୁଇଟି ଭିନ୍ନ ଭିନ୍ନ ଏନ୍କାଉଣ୍ଟରରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ।
ପାକିସ୍ତାନରୁ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ଭାରତୀୟ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମରୀ ପୋଲିସ ମିଳିତ ଅପରେସନ୍ ଆରମ୍ଭ କରିଥିଲେ । ଏହି ସମୟରେ ସେନା ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଆମ ଯବନା ।
କୁପୱାରାର ମାସିଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାବେଳେରାଜୌରୀର ତଙ୍ଗଧରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ଏନକାଉଣ୍ଟର ପରେ ଅଞ୍ଚଳକୁ କର୍ଡନ କରାଯାଇଛି ସର୍ଚ୍ଚ ଅପରେସନ କରାଯାଉଛି । ଅଞ୍ଚଳରେ ଆହୁରି ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।