Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରାଣୀ ସମ୍ପଦ ଗଣନା ତାଲିମ୍ ଶିବିର ଅନୁଷ୍ଠିତ

କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ଗଣନା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା.ସଞ୍ଜୀବ କୁମାର ପଟେଲଙ୍କ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏଥିରେ ଫୁଲବାଣୀ ଓ ବାଲିଗୁଡ଼ା ଉପଖଣ୍ଡର ପ୍ରାଣୀ ସଂପଦ ଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ୬୬ ଜଣ ପ୍ରାଣୀଧନ ନିରୀକ୍ଷକ ଓ ତଦାରଖ ଦାୟିତ୍ୱରେ ଥିବା ୧୯ଜଣ ପ୍ରାଣୀ ଚକିତ୍ସକ ତାଲିମ୍ ନେଇଥିଲେ। ଫୁଲବାଣୀ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା.ପ୍ରଭାତ କୁମାର ମିଶ୍ର ତାଲିମ୍ ପ୍ରଦାନ କରିଥିବା ବେଳେ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡ.ଦିଗ୍ ବିଜୟ ଗିରି , ଡ,ଦିଲିପ ରଂଜନ ସୋରେନ୍ , ଡ଼.ପ୍ରଣବ ପଟନାୟକ ଓ ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ.ଲମ୍ବୋଦର ମହାପାତ୍ର ବିିଭିନ୍ନ ଦିଗ ଉପରେ ତାଲିମ୍ ପ୍ରଦାନ କରିଥିଲେ। ଡ଼.ଅଳକା ପଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡ଼ିସେମ୍ବର ମାସ ସୁଦ୍ଧା ଗଣନା ସମାପ୍ତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗଣନାକୁ ଗରୁତ୍ୱ ଦେଇ ଗଣନାକାରୀଙ୍କ ସହଯୋଗ ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ