Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସ୍ତିଯୋଦ୍ଧାଙ୍କ ଦାବି ଶୁଣୁନି ଦିଲ୍ଲୀ ‌ପୋଲିସ; ବର୍ଷିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ମଙ୍ଗଳବାର ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହେଉ ନାହିଁ ବୋଲି ଦିଲ୍ଲୀ ପୋଲିସ ଉପରେ ଗର୍ଜିଛନ୍ତି ସୁପ୍ରିମକୋର୍ଟ। କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଦିଲ୍ଲୀ ପୋଲିସ ଏବଂ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମ୍‌କୋର୍ଟ। ବିନେଶ ଫୋଗାଟଙ୍କ ସମେତ ୭ ଜଣ ମହିଳା କୁସ୍ତି ଯୋଦ୍ଧା ସୋମବାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିରେ ‌ବ୍ରିଜ ଭୂଷଣଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ନେଇ ଦାବି କରାଯାଇଛି।

ମଙ୍ଗଳବାର ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜିଆଇ ଚନ୍ଦ୍ରଚୁଦ ଏବଂ ପିଏସ ନରସିଂହାନଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଏହାକୁ ଏକ ଗୁରୁତର ବିଷୟ ବୋଲି ବର୍ଣ୍ଣନା କରି ଖେଳାଳିଙ୍କ ଏଫ୍ଆଇଆର୍ ପଞ୍ଜିକରଣ ଦାବିରେ ବେଞ୍ଚ ଦିଲ୍ଲୀ ପୋଲିସ ଏବଂ ଦିଲ୍ଲୀ ସରକାରଙ୍କଠାରୁ ପ୍ରତିକ୍ରିୟା ଲୋଡିଛି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୮ରେ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ