Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଦ ପୋଷ୍ଟ ଉପରେ ଟ୍ରୋଲିଂ ପରେ ଗାୟକ ଶାନ କହିଲେ- ପ୍ରତି ସମୁଦାୟକୁ ସମ୍ମାନ ଦେବା ମୋର କର୍ତ୍ତବ୍ୟ

ନୂଆଦିଲ୍ଲୀ: ଶନିବାର ଇଦ୍ ଉପଲକ୍ଷେ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ(ଶାନ୍ତନୁ ମୁଖାର୍ଜୀ) ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଏକ ଫଟୋ ପୋଷ୍ଟ କରି ଏହି ଉତ୍ସବର ଶୁଭକାମନା ଜଣାଇଥିଲେ। ଏହି ଫଟୋରେ ସେ ଜାଲିଥିବା ଟୋପି ପିନ୍ଧିଥିଲେ, ଯାହା ସାଧାରଣତଃ ମୁସଲିମ ସମୁଦାୟ ଲୋକେ ପିନ୍ଧିଥାନ୍ତି। ଏଥିରେ ତାଙ୍କୁ ନମାଜ କରୁଥିବା ଦେଖିବାକୁ ମିଳିଥିଲା।

ଏହି ପୋଷ୍ଟ ପରେ ଶାନଙ୍କୁ ଖୁବ୍ ସମାଲୋଚନା କରାଯାଉଛି। କମେଣ୍ଟ ବକ୍ସରେ ଲୋକେ ତାଙ୍କୁ ଟ୍ରୋଲ୍ କରି କହୁଛନ୍ତି ଯେ, ସେ ଜଣେ ହିନ୍ଦୁ ଏବଂ ତାଙ୍କୁ ଏମିତି କରିବା ଉଚିତ୍ ନୁହେଁ। ପୋଷ୍ଟରେ ଟ୍ରୋଲ୍ସ ମାତ୍ରା ଏତେ ବଢିଗଲା ଯେ, ଶାନଙ୍କୁ ଏହି ପୋଷ୍ଟରେ କମେଣ୍ଟ ବିକଳ୍ପ ବନ୍ଦ କରିବାକୁ ପଡିଥିଲା।

ଏହା ପୂର୍ବରୁ ସେ ଜଣେ ଟ୍ରୋଲର୍ସଙ୍କୁ ଜବାବ ଦେଇ ଲେଖିଥିଲେ ଯେ, ଆଜି ଇଦ…ମୁଁ ଏକ ଭିଡିଓ କରିଥିଲି, ଯାହା ତିନି ବର୍ଷ ପୂର୍ବର, ଏଥିରେ ଏହି ଲୁକ୍ ଥିଲା। ତେଣୁ ଭାବିଲି ଏହି ଅବସରରେ ଏହାକୁ ପୋଷ୍ଟ କରିଦେବି… ବାସ୍ ଏତିକି କଥା। ଏବେ ଆପଣ ସମସ୍ତଙ୍କ ପ୍ରତିକ୍ରିୟା ଦେଖି ମୁଁ ଚକିତ। ମୁଁ ହିନ୍ଦୁ, ଜଣେ ବ୍ରାହ୍ମଣ। ଛୋଟ ବେଳୁ ଶିଖା ଯାଇଛି ଯେ, ପରସ୍ପରଙ୍କ ଉତ୍ସବ ପାଳନ କରାଯାଏ। ପ୍ରତ୍ୟେକ ସମୁଦାୟକୁ ସମ୍ମାନ କରାଯାଏ। ଏହା ମୋର ଚିନ୍ତାଧାରା ଏବଂ ଏହି ଚିନ୍ତାଧାରା ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କୁ ରଖିବା ଉଚିତ୍। ବାକି ଆପଣ କଣ କରିବେ, ଆପଣଙ୍କୁ ଧନ୍ୟବାଦ।

ପରେ ଶନିବାର ଶାନ ପ୍ରାୟ ଛଅ ମିନିଟର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ କହିଛନ୍ତି ଭାରତ ଏକ ପ୍ରଗତିଶୀଳ ଦେଶ ଏବଂ ଏଠାରେ ଏମିତି ଚିନ୍ତାଧାରାକୁ ସ୍ଥାନ ମିଳିବା ଉଚିତ୍ ନୁହେଁ। ସେ କହିଛନ୍ତି ଆଜି ଇଦ, ଆଜି ପର୍ଶୁରାମଙ୍କ ଜୟନ୍ତୀ। ଆଜି ଅକ୍ଷୟ ତୃତୀୟ ମଧ୍ୟ। ଏହିସବୁ ପର୍ବକୁ ଆମେ ଏକାଠି ପାଳନ କରୁ ବୋଲି ଗାୟକ ଶାନ କହିଛନ୍ତି ।

More Stories