ପ୍ରାକୃତିକ ବିପର୍ଯ୍ୟୟରେ ଧ୍ବସ୍ତବିଧ୍ବସ୍ତ କେରଳ ଓ ତ୍ରିପୁରାକୁ ୫ କୋଟି ଲେଖାଏଁ ଦେବେ ଓଡ଼ିଶା ସରକାର


ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ କେରଳ ଓ ତ୍ରିପୁରାକୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ଦେବେ ଓଡ଼ିଶା ସରକାର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ଅର୍ଥ ଦିଆଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରିଛନ୍ତି । ଏହାସହ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସମବେଦନା ଜଣାଇଛନ୍ତି ।

ଉଭୟ ରାଜ୍ୟରେ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଓଡ଼ିଶା ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିପର୍ଯ୍ୟୟ ସମୟରେ ଉଭୟ ରାଜ୍ୟରେ ଥିବା ଓଡ଼ିଆ ଲୋକଙ୍କୁ ସାହାଯ୍ୟ ଓ ସହାୟତା କରିଥିବାରୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶାର ଏହି ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ମାସରେ ଉଭୟ ରାଜ୍ୟରେ ପ୍ରଳୟଙ୍କରୀ ବର୍ଷା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି ।