Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା

ସମ୍ବଲପୁର: ବିପରୀତ ଦିଗରୁ ଆସୁଥିବା ଦୁଇ ଟ୍ରକ ହେଲେ ମୁହାଁମୁହିଁ । ଧକ୍କା ପରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ବଲପୁର ଜିଲ୍ଲା ବୁର୍ଲା ୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀ ଡୁଙ୍ଗୁରୀ ନିକଟରେ ଘଟିଛି ।

ଆଜି ସକାଳେ ଡୁଙ୍ଗୁରୀ ଆଡୁ ଏକ ମାଲବାହୀ ଟ୍ରକ୍‌ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମାଲବାହୀ ଟ୍ରକ୍‌ ସହ ମୁ଼ହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଦୁଇ ଟ୍ରକର ଡ୍ରାଇଭର ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

More Stories