ବିହାର: ଆସନ୍ତା ୧୫ ତାରିଖରେ ଉଦ୍ଘାଟନ ହୋଇଥାନ୍ତା ବନ୍ଦେ ଭାରତ ଟ୍ରେନ୍ । ଏହା ପୂର୍ବରୁ ଚାଲୁଥିଲା ଟ୍ରାଏଲ୍ ରନ୍ । ଏହି ସମୟରେ ଟ୍ରେନ୍ ଉପରକୁ ହେଲା ପଥରମାଡ଼ । ଏଥିରେ ଟ୍ରେନ୍ର ବିଭିନ୍ନ ସ୍ଥାନରେ କାଚ ଭାଙ୍ଗି ଯାଇଥିବା ଜଣାଯାଇଛି । ଏପରି ଘଟଣା ବିହାରରେ ଘଟିଛି ।
ଟ୍ରେନ୍ଟି ଜାମସେଦପୁର ଟାଟାରୁ ବାହାରି ଗୋମୋସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷ ଜଙ୍କସନ୍ ହୋଇ ଗୟା ଅଭିମୁଖେ ଯାଉଥିଲା । ଟ୍ରେନ୍ଟି ବନ୍ଧୁଆ ଓ ଟନକୁପ୍ପା ଷ୍ଟେସନ ମଝିରେ ହୋଇଥିବା ବେଳେ କିଛି ଅସାମାଜିକ ଯୁବକ ଟ୍ରେନ୍ ଉପରେ ଆଖିବୁଜା ପଥରମାଡ଼ କରିଥିଲେ । ଏଥିରେ ଟ୍ରେନ୍ର ବିଭିନ୍ନ ସ୍ଥାନରେ କାଚ ଭାଙ୍ଗି ଯାଇଥିବା ଜଣାଯାଇଛି ।
ଖବର ପାଇ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରେନ୍ର ସ୍ଥିତି ଯାଞ୍ଚ କରିଛନ୍ତି । ଏଥିସହ ଏନେଇ ଆରପିଏଫ୍ରେ ଏକ ମାମଲା ରୁଜୁ ହୋଇଛି । ପଥର କିଏ ଓ କାହିଁକି ପକାଇ ଦେଶର ସମ୍ପତ୍ତିକୁ ନଷ୍ଟ କରୁଛି ତାହାର ତଦନ୍ତ ଆରମ୍ଭ କରିଛି ଆରପିଏଫ ପୋଲିସ୍ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯି ବୋଲି ଅଧିକାରୀ କହିଛନ୍ତି । ଗତବର୍ଷ ଅକ୍ଟୋବରରେ ରାଜସ୍ଥାନରେ ଭିଲୱାଡାରେ ବି ସମାନ ପ୍ରକାର ଘଟଣା ଘଟିଥିଲା । ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିବା ବେଳେ ଏଥିରେ କିନ୍ତୁ କୌଣସି ଯାତ୍ରୀ ଆହତ ହୋଇ ନଥିଲେ ।