Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରକ, ୩ ଛାତ୍ର ଆହତ

ସମ୍ବଲପୁର: ସମ୍ବଲପୁର ଏନଏଚ-୫୫ରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି କିଛି ଛାତ୍ରଛାତ୍ରୀ । ସ୍କୁଲ ଅଟୋରେ ଛାତ୍ରଛାତ୍ରୀମାନେ ଯାଉଥିବା ବେଳେ ଏକ ଟ୍ରକ ଧକ୍କା ଦେଇଛି । ଦୁର୍ଘଟଣାରେ ୩ ଜଣ ଛାତ୍ର ଆହତ ହୋଇଥିବା ବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନ୍ଏଚ୍-୫୫ର ହାଲିପାଲି ନିକଟରେ ଦୁର୍ଘଟଣା ଘଟିଛି । ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଆଜି ସକାଳେ ଛାତ୍ରଛାତ୍ରୀମାନେ ଅଟୋ ଯୋଗେ ସ୍କୁଲ ଯାଉଥିଲେ । ହାଲିପାଲି ନିକଟରେ ଏକ ଟ୍ରକ୍‌ ଆସି ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ତକଳୁ ଖସି ଯାଇଥିଲା । ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ଛାଡି ଫେରାର ହୋଇ ଯାଇଛି । ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

More Stories