Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ସରକାର ଗଢ଼ିବାର ଘଣ୍ଟାଏ ଭିତରେ ମଦ ଉପରୁ ହଟିବ ବ୍ୟାନ୍’

ପାଟନା: କ୍ଷମତାକୁ ଆସିଲେ ଘଣ୍ଟାଏ ମଧ୍ୟରେ ବିହାରରୁ ମଦ ଉପରୁ ବ୍ୟାନ୍ ହଟାଇ ଦେବି । ଏପରି କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ସେ ଏପରି କହିଛନ୍ତି । ଅକ୍ଟୋବର ୨ରେ ତାଙ୍କ ଦଳ ଜନ ସୁରାଜର ପ୍ରତିଷ୍ଠା ପାଇଁ ଚାଲିଥିବା ପ୍ରସ୍ତୁତି ସମୟରେ ସେ ଏହା କହିଛନ୍ତି। 

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଗକୁ ସେ କହିଛନ୍ତି, ‘୨ ଅକ୍ଟୋବର ଦଳର ପ୍ରତିଷ୍ଠା ଦିବସ ପାଇଁ କୌଣସି ବିଶେଷ ପ୍ରସ୍ତୁତି କରାଯାଉନାହିଁ । କାରଣ ଆମେ ଗତ ଦୁଇ ବର୍ଷ ଧରି ଏଥିପାଇଁ ପ୍ରସ୍ତୁତି ଚଳାଇଛୁ । ଯଦି ଜନ ସୁରାଜ ସରକାରକୁ ଆସେ, ତେବେ ଆମେ ଗୋଟିଏ ଘଣ୍ଟା ମଧ୍ୟରେ ରାଜ୍ୟରେ ମଦ ଉପରୁ ବ୍ୟାନ୍ ହଟାଇ ଦେବୁ ।’

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ଯାତ୍ରା ବିଷୟରେ ପଚରାଯିବାରୁ ସେ କହିଥିଲେ, ‘ମୋର ତାଙ୍କୁ ଶୁଭେଚ୍ଛା । ଅନ୍ତତଃ ପକ୍ଷେ ସେ ଘରୁ ବାହାରି ଜନସାଧାରଣଙ୍କ ପାଖକୁ ଯାଉଛନ୍ତି ।’ ସୂଚନାଯୋଗ୍ୟ, ୫ ଏପ୍ରିଲ ୨୦୧୬ରେ ନୀତୀଶ କୁମାରଙ୍କ ସରକାର ବିହାରରେ ମଦ ବ୍ୟାନ୍ କରିଥିଲେ । ଏହି ନିୟମ ଲାଗୁ ହେବା ପରେ ରାଜ୍ୟରେ ମଦ ବିକ୍ରୟ, କ୍ରୟ, ଉତ୍ପାଦନ, ସେବନ ଏବଂ ପରିବହନ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି । ବିହାରରେ ମଦମୃତ୍ୟୁ ବଢିବା ପରେ ଏହି ନିୟମ ଲାଗୁ କରାଯାଇଥିଲା ।

ମଦ ବ୍ୟାନ ହେବା ପରେ ରାଜ୍ୟରେ ଚୋରା ମଦ କାରବାର ବଢ଼ିଯାଇଛି । ପଡୋଶୀ ରାଜ୍ୟରୁ ହଜାର ଜହାର ଲିଟର ଦେଶୀ ଓ ବିଦେଶୀ ମଦ ଚୋରାରେ ବିହାରର ବିଭିନ୍ନ ଅଞ୍ଚଳକୁ ଉଛି ଓ ବିକ୍ରି ହେଉଛି । ଲୋକେ ମଦ ପିଉଛନ୍ତି ଓ ମଦ ମୃତ୍ୟୁର ଖବର ମଧ୍ୟ ଆସୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ