ନୂଆଦିଲ୍ଲୀ: ଜାମିନରୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା । ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଦେବେ ଇସ୍ତଫା । ୨ ଦିନ ମଧ୍ୟରେ ସେ ପଦରୁ ଇସ୍ତଫା ଦେବା ନେଇ କରିଛନ୍ତି ଘୋଷଣା ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୬ ମାସ ହେବ ଜେଲରେ ଥିଲେ ଅରବିନ୍ଦ କେଜ୍ରିୱାଲ । ଗତକାଲି ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା । ବେଲରେ ଆସିବା ପରେ ଆଜି କେଜ୍ରିୱାଲ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ।
ଗିରଫଦାରୀର ୬ ମାସ ମଧ୍ୟରେ ଇସ୍ତଫା ନେଇ ମୁହଁ ଖୋଲି ନଥିଲେ କେଜ୍ରିୱାଲ । ଏପରିକି ସେ ଜେଲରେ ଥିବା ସମୟରେ ମଧ୍ୟ ବିରୋଧୀଙ୍କ ପକ୍ଷରୁ ଏକାଧିକ ବାର ଇସ୍ତଫା ନେଇ ଦାବି ଉଠିଥିଲା । କିନ୍ତୁ ସେ ଇସ୍ତଫା ଦେଇ ନଥିଲେ । ହେଲେ ଜାମିନରେ ଆସିବା ପରେ ହଠାତ୍ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା ସମସ୍ତଙ୍କୁ ଚକିତ କରିଛି ।