Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ: ପୋଲିସର ତନାଘନା ଆରମ୍ଭ

ବାଲିଗୁଡା : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ଏବେ ଜଙ୍ଗଲରେ ଆହୁରି ଗଞ୍ଜେଇ ଚାଷ ହୋଇଥିବା ଜଣାପଡିଛି। ଏହା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ୭ ଦିନ ମଧ୍ୟରେ ୨ଟି ଜଙ୍ଗଲରୁ ଶତାଧିକ କେଜି ଗଞ୍ଜେଇ ଜବତ ହେବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଉକ୍ତ ଥାନା ଅଞ୍ଚଳ ରାଜନଗଡ଼ ଜଙ୍ଗଲରୁ ୧୯୧ କେଜି ଗଞ୍ଜେଇ ଜବତ ହୋଇଥିବା ଥାନା ଅଧିକାରୀ ଚିରଞ୍ଜିବି ବେହେରା କହିଛନ୍ତି। ସେ କହିଛନ୍ତି ଯେ, ଜଙ୍ଗଲରେ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି କେହି ଦୁର୍ବୁତ୍ତ ଲୁଚାଇ ରଖିଥିବା ପୋଲିସକୁ ଖବର ମିଳିଥିଲା। ସୂଚନା ପାଇ ଥାନା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ସଦଳବଳ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲେ l ପୋଲିସ ଘଟଣାରେ ସମ୍ପୃକ୍ତ ମାଫିଆଙ୍କୁ ଧରିବା ନେଇ ତଦନ୍ତ ଆରମ୍ଭ କରିଛି। ଗତ ବୁଧବାର ପୋଲିସ ଉକ୍ତ ଥାନା କୁମ୍ଭାରୀଗାଁ ପଞ୍ଚାୟତ ପାଡିକିଆ ଜଙ୍ଗଲରୁ ୧୩୫ କେଜି ଗଞ୍ଜେଇ ଜବତ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ