Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଭଦ୍ରା ଯୋଜନା ଟେନସନ୍ : କେୱାଇସି ଅପଡେଟ୍ ପାଇଁ ଜନସେବା କେନ୍ଦ୍ର ଆଗରେ ପ୍ରବଳ ଭିଡ଼

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ସୁଭଦ୍ରା ଯୋଜନା କୁ ନେଇ ସରୁନି ଟେନସନ୍ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପରେ ଟଙ୍କା ପାଇବା ମହିଳାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର କିଛି ମହିଳା ସୁଭଦ୍ରା ଯୋଜନାରେ ପାଞ୍ଚ ହଜାର ଟଙ୍କା ପାଇଥିବା ବେଳେ ଅନେକ ମହିଳା କେୱାଇସି ଅପଡେଟ୍ ହୋଇନଥିବା ଓ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ହୋଇଥିବା କାରଣରୁ ଟଙ୍କା ପାଇନଥିବା କୁହାଯାଉଛି । ଅନ୍ୟପଟେ ବିଭିନ୍ନ ସମସ୍ୟାକୁ ନେଇ ଏଯାଏଁ ଅନେକ ମହିଳା ଆବେଦନ ମଧ୍ୟ କରିପାରି ନାହାନ୍ତି । ଯାହାଫଳରେ ବର୍ତ୍ତମାନ କେୱାଇସି ଅପଡେଟ୍ ଓ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରିବା ପାଇଁ ବାଲିଗୁଡ଼ା ର ବିଭିନ୍ନ ଜନସେବା କେନ୍ଦ୍ର ଆଗରେ ମହିଳା ମାନେ ପିଲା ଛୁଆ ଧରି ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆ ହୋଇ ଥିବା ଦେଖିବାକୁ ମିଳିଛି । ସେପଟେ କିଛି ଜନସେବା କେନ୍ଦ୍ରର ଅପରେଟର ଆଧାର ସଂଯୋଗ ଶିଘ୍ର କରିଦେବା ପାଇଁ ୧୦୦ ଟଙ୍କା ଲେଖାଏଁ ନେଇ ମଧ୍ୟ ଏଯାବତ୍ ଆଧାର ସଂଯୋଗ କରିନଥିବା ଅଭିଯୋଗ ହେଉଛି ।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ