ବୀରମହାରାଜପୁର ବାଳକ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ ର ଲୋକ ନୃତ୍ୟ (Folk Dance) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଉଦଘାଟନ କରିଥିବlବେଳେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଦଳଗତ ଲୋକନୃତ୍ୟ ପରିବେଷଣ କରିଥିଲେ । ପ୍ରତିଯୋଗୀତା ରେ କମିରl , ବାପୁଜୀ ହାଇସ୍କୁଲ ପ୍ରଥମ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଂଝିରିଆପାଲି ଦ୍ଵିତୀୟ ସ୍ଥାନ ଅଧିକାର କରି ଛନ୍ତି l ଆସନ୍ତା 26.9.24 ରେ ସୋନପୁର , ମହାରାଜା ହାଇସ୍କୁଲ୍ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ବିଚାରକ ଭାବେ ଜ୍ୟୋତିର୍ମୟୀ ବେହେରା ଓ ଏସ. ଏସ . ପ୍ରିୟଦର୍ଶିନୀ ଦାୟିତ୍ଵ ତୁଲାଇଥିଲା ବେଳେ ସି ଆର ସି ସି ଉମାଶଙ୍କର ପୁଝାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।