Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀଙ୍କ ଜନ୍ମ ଦିବସ ଅବସରରେ ବିଜେପି ପାଳୁଛି ସେବା ସପ୍ତାହ: ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ଜନ୍ମ ଦିବସ ଅବସରରେ ସାରା ଦେଶ ପାଳୁଛି ସେବା ସପ୍ତାହ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନାରୀନେତ୍ରୀ କଳ୍ପନା କହଁରଙ୍କ ସମେତ ଯୁବ ନେତା ଆଦିକନ୍ଦ ପଟ୍ଟନାୟକ, ରଞ୍ଜିତ ସାହୁ, ନଗର ସଭାପତି ଦିବାକର ସାହୁ, ସାଧାରଣ ସଂପାଦକ ସନ୍ତୋଷ ରେଡ୍ଡୀ,ମନୋଜ ରଥ, ସୁଷମା ସାହୁ, ସ୍ନେହଲତା ବେହେରା, ରେଖା ମଲ୍ଲିକ, ଅହଲ୍ୟା ବେହେରା,ଅମିୟ ବେହେରା, ରଞ୍ଜିତ ଚୌଧୁରୀ, ସଞ୍ଜୟ ଦାସ,ଟୁଲୁ ପଣ୍ଡା,ସୁମିତ୍ ପାଢ଼ୀ ପ୍ରମୁଖ ସାମିଲ୍ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ବେସ୍ ଆତ୍ମସନ୍ତୋଷ ଲାଭ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ