ମୁରଶୁଣ୍ଢୀ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢିରେ ଚଳିତ ବର୍ଷ ହେବାକୁ ଥିବା ୪୨ ତମ ଐତିହାସିକ ଗଜଲକ୍ଷ୍ମୀ ପୂଜା ପାଇଁ ସୋମବାର ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଏହି ଅବସର ରେ ଗ୍ରାମର ସମସ୍ତ ଦେବାଦେବୀ ଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଢୋଲ , ନିଶଣ , ଘଣ୍ଟ , ଶଙ୍ଖ ଆଦି ବାଦ୍ୟ ସହିତା ହରିବୋଲ ହୁଳହୁଳି ରେ ଏକ ଆଧ୍ୟାତ୍ମିକ ପରିବେଶରେ ଧ୍ବଜା ଧରି ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଗ୍ରାମର ଜଗନ୍ନାଥ ମନ୍ଦିର ଓ ଖମ୍ବେଶ୍ବରୀ ମନ୍ଦିର ରେ ସ୍ବତନ୍ତ୍ର ପୂଜାର୍ଚ୍ଚାନା ପରେ ଆଜ୍ଞାମାଳ ଓ ଧ୍ବଜା ନେଇ ଶୋଭାଯାତ୍ରା ରେ ପୂଜା ମଣ୍ଡପ କୁ ନିଆଯାଇଥିଲା । ସେଠାରେ ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରମୋଦ ପଣ୍ଡା , ପ୍ରଦୀପ ରଥ , ଗୌରାଙ୍ଗ ଦେହୁରୀ , ମାଗୁଣି ଖେତୀ ପ୍ରମୁଖ ପୂଜାକ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ସନ୍ତୋଷ ସୁମୁର୍ଥା ଶୁଭସ୍ତମ୍ଭ ସ୍ଥାପମ ସମୟରେ କର୍ତ୍ତା କାର୍ଯ୍ୟ ତୁଳାଇଥିଲେ । ଏହି ଅବସର ରେ ଗଜଲକ୍ଷ୍ମୀ ପୂଜା କମିଟୀର ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ଲବ କୁମାର ସାହୁ , ଉପସଭାପତି ଧନଞ୍ଜୟ ସାହୁ , ସମ୍ପାଦକ ତ୍ରୟଞ୍ଜିବ ମିଶ୍ର , ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ , କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣୀ , ଉପଦେଷ୍ଟା ରାଜଗୋପାଳ ପାଣିଗ୍ରାହୀ , କୁସ କୁମାର ସାହୁ , ସଭ୍ୟ ବଳରାମ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ।