ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଦ୍ୱାରା ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଛି | ମଙ୍ଗଳବାର ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ହିମାଂଶୁ ଶେଖର ପାଢ଼ୀ ସଭାପତି ଭାବରେ ଯୋଗଦେଇ NSS ର ସ୍ୱେଚ୍ଛାସେବୀ ହେବା ସୌଭାଗ୍ୟ କଥା ଏବଂ ଏହା ଗାଉଁଲି ଜୀବନଠୁ ସହରୀ ଜୀବନ ବଞ୍ଚିବାର ଶୈଳୀ ଶିକ୍ଷା ଦିଏ | ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନ୍ୟର ସେବା କରିବାରେ ନିଜକୁ ନିୟୋଜିତ କଲେ ମଣିଷ ଜୀବନ ସାର୍ଥକ ହୁଏ ବୋଲି ମତବ୍ୟକ୍ତ କରିଥିଲେ | ଅଧ୍ୟାପକ ବିଜୟ କୁମାର ପୁରୋହିତ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଏବଂ ମଣିଷ ଜୀବନରେ ସେବାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ I ଅଧ୍ୟାପକ ଶିବ କୁମାର ପୁରୋହିତ , ଜିତେନ୍ଦ୍ର କୁମାର ସାହୁ , ସିଦ୍ଧେଶ୍ୱର ତ୍ରିପାଠୀ ବିଭିନ୍ନ ଦୃଷ୍ଟାନ୍ତ ଦେଇ ଅନ୍ୟ କୁ ସେବାକରିବା ଓ ଜାତୀୟ ସେବଯୋଜନାର ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ |ଜାତୀୟ ସେବା ଯୋଜନା ସଂଚାଳିକା ଯାମିନୀ ଦାଶ ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ସୃଜନୀକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |ଏହି ଅବସରରେ ବୀରମହାରାଜପୁର ମହାବିଦ୍ୟାଳୟ ସେବା ଯୋଜନା ମାଧ୍ୟମରେ ବୃକ୍ଷ ରୋପଣ , ରକ୍ତ ଦାନ ଶିବିର ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲା | ଏହି ସଭାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ , ଅଧ୍ୟାପକ , ଅଧ୍ୟାପିକା ଏବଂ ଅଣଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ |