Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା; ୨ ନିଖୋଜ

ରାଜନଗର: ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା। ୨ ଜଣଙ୍କ ମିଳୁନି ପତ୍ତା। ଆଜି ସକାଳେ ବ୍ରାହ୍ମଣୀ ନଦୀରେ ଓଲଟିପଡ଼ିଛି ଯାତ୍ରୀବାହି ଡଙ୍ଗା । ଏକମାଣିଆ କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା । ଡଙ୍ଗା ବୁଡ଼ି ୨ ଜଣ ନିଖୋଜ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଏକ ଡଙ୍ଗା ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡ଼ାଗଡ଼କୁ ଯାଉଥିଲା । ହେଲେ କୂଳରୁ କିଛି ବାଟ ଗଲା ପରେ ଡଙ୍ଗାଟି ଭାରସାମ୍ୟ ହରାଇ ବସିଥିଲା। ଭାରସାମ୍ୟ ହରାଇବା ଯୋଗୁ ଡଙ୍ଗାଟି ମଝି ନଦୀକୁ ଭାସିଯାଇଥିଲା । ଡଙ୍ଗାରେ ଥିବା ଅନ୍ୟ ଯାତ୍ରୀ ଉଦ୍ଧାର ହୋଇଥିବା ବେଳେ ନାଉରିଆ ସହ ଜଣେ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।