Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଙ୍ଗାଲୁରୁରୁ ଭଦ୍ରକ, କେମିତି ହୋଇଥିଲା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ?

ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡ ଉପରୁ ଉଠିଲା ରହସ୍ୟ । ଏହି ହତ୍ୟା ମାମଲାର ଅଭିଯୁକ୍ତ ଭଦ୍ରକ ଜିଲ୍ଲାର ମୁକ୍ତିରଞ୍ଜନ ରାୟ ଏକ ଗଛରେ ଝୁଲି ନିଜ ଜୀବନ ହାରି ଦେଇଛନ୍ତି। ଗତ ମଙ୍ଗଳବାର ସେ ଗାଁକୁ ଆସିଥିଲା । ରାତି ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବ ବୋଲି କହି ଘରୁ ବାହାରିଥିଲା। ପରେ କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରୁ ତାର ମୃତଦେହ ଠାବ ହୋଇଥିଲା। ପୋଲିସ ଏକ ଲାପଟପ, ଡାଏରୀ ସହ ସୁଇସାଇଡ ନୋଟ୍ ଜବତ କରିଛି । ପୋଲିସର ସୂଚନା ଅନୁସାରେ ସୁଇସାଇଡ ନୋଟରେ ହତ୍ୟାକାଣ୍ଡ ନେଇ ସବୁ କିଛି ଲେଖିଛି ମୁକ୍ତିରଞ୍ଜନ ।

ମୁକ୍ତିରଞ୍ଜନ ତାଙ୍କ ଡେଥ୍‌ ନୋଟରେ ଲେଖିଛନ୍ତି, ମୁଁ ୩ ସେପ୍ଟେମ୍ବରରେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲି। ସେଦିନ ମୁଁ ମହାଲକ୍ଷ୍ମୀଙ୍କ ଘରକୁ ଯାଇଥିଲି। ଆମର କିଛି ବିଷୟରେ ଯୁକ୍ତିତର୍କ ହୋଇଥିଲା। ତା’ପରେ ମହାଲକ୍ଷ୍ମୀ ମୋତେ ଆକ୍ରମଣ କରିଥିଲେ। ମୋତେ ଏହା ଭଲ ଲାଗିଲା ନାହିଁ ଏବଂ କ୍ରୋଧରେ ମୁଁ ତାଙ୍କୁ ହତ୍ୟା କଲି। ତା’ପରେ ମୁଁ ତାଙ୍କ ଶରୀରକୁ ୫୯ ଖଣ୍ଡରେ କାଟି ଫ୍ରିଜରେ ରଖି ସେଠାରୁ ପଳାଇଗଲି। ମୁଁ ମଧ୍ୟ ରୁମ୍‌ ସଫା କରିବାକୁ ଚେଷ୍ଟା କଲି, ଯେପରି କେହି ନ ଜାଣିପାରିବେ। ମୁଁ ମହାଲକ୍ଷ୍ମୀଙ୍କ ଆଚରଣକୁ ଆଦୌ ପସନ୍ଦ କରେ ନାହିଁ। ମୁଁ ହତ୍ୟା ପରେ ନିଶ୍ଚିତ ଭାବେ ଅନୁତାପ କରିଛି। କାରଣ ମୁଁ କ୍ରୋଧରେ ଯାହା କରିଥିଲି ତାହା ଭୁଲ ଥିଲା। ମୁଁ ଡରିଗଲି ତେଣୁ ମୁଁ ଘରକୁ ପଳାଇ ଆସିଥିଲି। ଏହାପରେ ମୁକ୍ତିରଞ୍ଜନ ଆତ୍ମହତ୍ୟା କରିଥିଲେ । ପୋଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ