ଜମ୍ମୁ ଓ କାଶ୍ମୀର: ଜମ୍ମୁ ଓ କଶ୍ମୀରରେ ଆଜି ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ । ୪୦ଟି ଆସନ ଲାଗି ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ମତଦାନ ସଂଗ୍ରହ ଆରମ୍ଭ ହୋଇଛି । ମଇଦାନରେ ୪୪୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି ।
କୁପଓ୍ୱାଡ଼ା, ସୋପୋର, ବାରମୁଲ୍ଲା, ଗୁଲମର୍ଗ, ବାନ୍ଦିପୋରା, ଉଦ୍ଧମପୁର ଓ୍ୱେଷ୍ଟ, ଉଦ୍ଧମପୁର ଇଷ୍ଟ, କାଠୁଆ ଆଦି ଆସନରେ ଆଜି ଭୋଟିଂ ହେଉଛି । ଜମ୍ମୁ ଅଞ୍ଚଳର ୨୪ ଓ କଶ୍ମୀରର ୧୬ ଆସନରେ ଭୋଟିଂ ଚାଲିଛି ।
୧ ହଜାର ୪୮୪ ପୋଲିଂ ଷ୍ଟେସନରେ ମୋଟ ୧୨ ଲକ୍ଷ ଭୋଟର କରିବେ ମତଦାନ । ପ୍ରଥମ ପର୍ଯ୍ୟାୟରେ ୫୯ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିଲା ୫୭.୦୩ ପ୍ରତିଶତ ମତଦାନ ।
ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଅଧିକାଂଶ ସ୍ଥାନରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ, ବିଜେପି ଓ ପିଡିପି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି ।