କଳାପଥର-ନୂଆଁପାଲି (ଚଷlପଡl) ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳି ଦାବିରେ ପରିଚାଳନା କମିଟି ସହିତ ଗ୍ରାମବାସୀ ସ୍କୁଲ ରେ ତାଲା ମାରି ଧାରଣା ଦେଲେ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଲାପଥର ଗ୍ରାମ ପଂଚାୟତ ର ନୁଆଁପାଳି ଚଷାପଡl ପ୍ରାଥମିକ ସ୍କୁଲ ରେ  ମଙ୍ଗଳବାର ପରିଚାଳନା କମିଟି ସହିତ ଗ୍ରାମବାସୀ   ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳି ଦାବି ରେ ତାଲା ମାରି ଆନ୍ଦୋଳନ କରିଥିଲେ l ସ୍କୁଲ ରେ 33  ଜଣ ଛାତ୍ରଛାତ୍ରୀ ଥିବା ବେଳେ ଦୁଇ ଶିକ୍ଷକ   ଅଛନ୍ତି l ଗ୍ରାମବାସୀ   ଙ୍କ ଅଭିଯୋଗ ଅନୁସାରେ ଗତ ପାଞ୍ଚ ମାସ ଆଗରୁ କମିଟି ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧ ରେ  ଉଲୁଣ୍ଡା  ଜିଲ୍ଲlପାଳ ଙ୍କ ଅଭିଯୋଗ  ଜନ ଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ l ଅଭିଯୋଗ ଅନୁସାରେ ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କ ଅନେକ ସମୟ ରେ ଜାଲ ଦସ୍ତଖତ କରି ସ୍କୁଲ ରେ ସଭା ନ ହୋଇ ସଭା କରିବା , ମଧ୍ୟାହ୍ନ ଭୋଜନ ଚାଉଳ କୁ ହଡପ କରିବା, ଛାତ୍ରଛାତ୍ରୀ ଙ୍କୁ  ପଚା ଅଣ୍ଡା ଖାଇବା କୁ  ଦେବା ନିମ୍ନ ମାନ ର ଖାଇବା ଦେବା ଏ ସବୁ ଅଭିଯୋଗ ହେଉଛି  l  ଜିଲ୍ଲା ଶିକ୍ଷା ଅଧିକାରୀ   ଲକ୍ଷ୍ମଣ ଭୋଇ ଏ ଘଟଣା ସମ୍ପର୍କ ରେ ଜାଣି ଥିଲେ ସୁଦ୍ଧା କୌଣସି କାର୍ଯାନୁଷ୍ଠାନ ନେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ଅଭିଯୋଗ ପରେ କୌଣସି ସୁଫଳ ହେଉ ନ ଥିବାରୁ  l  ମଙ୍ଗଳବାର  ସ୍କୁଲ ଖୋଲିବା ଆଗରୁ ସ୍କୁଲ ରେ ତାଲା ମାରି   ଗ୍ରାମବାସୀ     ଗଣଆନ୍ଦୋଳନ ରେ ବସି ଧାରଣା ଦେଇଥିଲେ  l ଛାତ୍ର ଛାତ୍ରୀ ବାହାର ବାରଣ୍ଡା ରେ ବସି ରହିଥିଲେ l ଦୁଇ ଜଣ ଶିକ୍ଷକ ସ୍କୁଲ ବାରଣ୍ଡା ରେ  ଚୁପଚାପ ବସି ରହିଥିଲେ l    ଖବର ପାଇ ସି ଆର ସିସି ଜାଗଦଳl , ଏବିଓ ମୁକେଶ ଚନ୍ଦ୍ର ଭୋଇ  ପହଂଚି  କବାଟ ଖୋଲିବା ପାଇଁ ଅନୁରୋଧ କରିଥିଲେ l କିନ୍ତୁ ଗ୍ରାମବlସି ପ୍ରଥମେ ପ୍ରଧାନ ଶିକ୍ଷୟତ୍ରୀ ଯlଜ୍ଞସିନୀ ମେହେର  ଙ୍କୁ ବଦଳି କରାଯାଉ ତା ପରେ ଆମେ ତାଲା ଖୋଲିବୁ ବୋଲି କହିଥିଲେ l ଶେଷରେ ଗ୍ରାମ ବାସି ଙ୍କ ଦାବି ପୂରଣ କରି ନ ପାରି ଅଧିକାରୀ ଫେରି ଯାଇଥିଲେ l ଆନ୍ଦୋଳନ ଜାରି ରହିଥିବା ସଭାପତି ଚେରେଙ୍ଗା ଜଗଦଳl ସୂଚନା ଦେଇଛନ୍ତି l ଆନ୍ଦୋଳନ ରେ ସଭାପତି ଚେରେଙ୍ଗା ଜଗଦଲା , ପଦ୍ମିନୀ ବାଘ , ଶର୍ମିଷ୍ଠା ମେଣ୍ଡଳୀ , ଚାହିଁଲା ପଧାନ, ଗୋପାଳ ପଧାନ , ଶାନ୍ତନୁ ପଧାନ , ରୀନା ସାହୁ , ମିଥିଲା ମହାକୁର ,ସମେତ ଗ୍ରାମବାସୀ ସାମିଲ ରହିଥିଲେ l