Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ହେଉଛନ୍ତି ବିଷଧର ସାପ, ଚାଖିଲେ ତୁରନ୍ତ ମରିଯିବେ; କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ପିଏମ ମୋଦୀଙ୍କୁ ‘ବିଷାକ୍ତ ସାପ’ ସହ ତୁଳନା କରିଛନ୍ତି। ଏହାକୁ କଡା ନିନ୍ଦା କରିଛି ବିଜେପି। ଏହାକୁ ନେଇ ଏବେ ମୁଣ୍ଡ ଟେକିଛି ବିବାଦ।

ସେ କହିଛନ୍ତି ଯେ, ମୋଦୀ ହେଉଛନ୍ତି ଜଣେ ବିଷଧର ସାପ । ଆପଣ ତାଙ୍କୁ ଜହର ଭାବନ୍ତୁ କି ନ ଭାବନ୍ତୁ । ହେଲେ ଆପଣ ଯଦି ତାଙ୍କୁ ଚାଖିବେ, ତେବେ ତୁରନ୍ତ ମରିଯିବେ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ଜଣେ ଭଲ ଲୋକ, ସେ ଯାହା ଦେବେ, ଆପଣ ନିଶ୍ଚୟ ଦେଖିବେ । ହେଲେ ଯଦି ଆପଣ ତାକୁ ଚାଖିଗେ, ତେବେ ତୁରନ୍ତ ଶୋଇଯିବେ ।

ଆସନ୍ତା ମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସର ନିର୍ବାଚନ ପ୍ରଚାର ସମୟରେ ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ଏଭଳି ବୟାନ ଦେଇଛନ୍ତି।