Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସେବାଶ୍ରମର ପାଚିକାଙ୍କୁ ଅସଦାଚରଣ ଅଭିଯୋଗ; ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ସହ ଜୋରିମାନା ଆଦେଶ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ରଢା ସେବାଶ୍ରମର କୋଭିଡ ହଷ୍ଟେଲରେ ନିୟୋଜିତ ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ କୋଟଗଡ ଦେୱାନୀ ଓ ଫୌଜଦାରି ଅଦାଲତ କୋର୍ଟରେ ବିଚାରଣ କରି କୋଟଗଡ ଦେୱାନୀ ଓ ଫୌଜଦାରୀ ଅଦାଲତର ପ୍ରଥମ ବିଚାର ବିଭାଗୀୟ ବିଚାରପତି ଅନୁରାଗ ଦେହୁରୀ ଉକ୍ତ କେଶର ଫଇସଲା କରି ଅଭିଯୁକ୍ତ କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୨୦୦ ଟଙ୍କାର ଜୋରିମାନା ଏବଂ ଜୋରିମାନା ଅନାଦେୟ ୩ ମାସ ୨୦ ଦିନ ଅଧିକା ସଜା ଏବଂ ଜିଲ୍ଲା ଆଇନ ପ୍ରାଧିକରଣ କୁ ପୀଡିତା ମହିଳାଙ୍କୁ ଭରଣପୋଷଣ ର ବିଚାର ପାଇଁ ସୁପାରିଶ କରିଥିବା ନିଜ ରାୟ ରେ ପ୍ରକାଶ କରିଛନ୍ତି l ପ୍ରକାଶ ଯେ, ଅଭିଯୁକ୍ତ ମୂଷିଙ୍ଗା ମୁଠା ମାଝୀ ୨୦୨୧ ମସିହା ରେ କୋଟଗଡ ବ୍ଲକର ରଢା ସେବାଶ୍ରମର କୋଭିଡ ହଷ୍ଟେଲରେ ନିୟୋଜିତ ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ ହୋଇଥିବା ମାମଲାର କୋଟଗଡ ଥାନା କେଶ ନଂ.୭୭/୨୦୨୧ , ଧାରା ବି ୨୩, ୪୪୮,୩୫୪, ୩୫୪ଏ, ୩୫୪ବି , ୫୦୬ ,୫୦୯ ଆଇପିସି ଅନୁସାରେ ସିଟି କେଶ ନଂ ୭୩/୨୦୨୧ ର ବିଚାର କରାଯାଇ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ପ୍ରଥମ ବିଚାର ବିଭାଗୀୟ ବିଚାରପତି ଏହି ରାୟ ଶୁଣାଇଛନ୍ତି l ଏହି ମାମଲାକୁ କୋଟଗଡ କୋର୍ଟର ସରକାରୀ ଓକିଲ ସବିତା ସାମନ୍ତରାୟ ପରିଚାଳନା କରୁଥିଲେ l