ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରଥପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଟାଙ୍ଗରସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଆକସ୍ମିକ ଭାବରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପରିଦର୍ଶନ କରିଛନ୍ତି । ଜିଲ୍ଲା ନୋଡାଲ ଅଫିସର ଯାମିନୀ ଷଡ଼ଙ୍ଗୀ ଜିଲ୍ଲା ର ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରିବା ପାଇଁ ଓଡିଶା ସରକାର ଙ୍କ ଦ୍ୱାରା ଅର୍ଥ ବିଭାଗ ର ସ୍ୱତନ୍ତ୍ର ସଚିବ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି | ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପର ତଦାରଖ କରିବା ପାଇଁ ଦୁଇ ଦିନିଆ ଗ୍ରସ୍ତରେ ନୋଡାଳ ଅଫିସର ଆସିଛନ୍ତି | ପ୍ରଥମ ଦିନରେ ବୀରମହାରାଜପୁର ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟ ରଥପୁର କୁ ଆସି ବିଦ୍ୟାଳୟ ର ପ୍ରତ୍ୟେକ ଶ୍ରେଣୀ ଗୃହ କୁ ଯାଇ ଛାତ୍ରଛାତ୍ରୀ ଙ୍କର ଶୈକ୍ଷିକ ଅଗ୍ରଗତି କେମିତି ହୋଇଛି ଛାତ୍ରଛାତ୍ରୀ ଙ୍କୁ ପଚାରି ବୁଝିଛନ୍ତି | ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ଭବିଷ୍ୟତ ଲକ୍ଷ୍ୟ, ବିଦ୍ୟାଳୟ ରେ ଚାଲିଥିବା ପାଠପଢା, ତାଙ୍କର ବିଷୟ ଭିତ୍ତିକ ଜ୍ଞାନ , ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ଶିକ୍ଷାଦାନ , ବିଦ୍ୟାଳୟ ରେ ଥିବା ବିଭିନ୍ନ ଶୈକ୍ଷିକ ସୁବିଧା ଏବଂ ଅସୁବିଧା ଉପରେ ପଚାରି ବୁଝିଛନ୍ତି | ଶିକ୍ଷକ ମାନଙ୍କ ସହିତ ବିଦ୍ୟାଳୟ ର ଶୈକ୍ଷିକ ଅଗ୍ରଗତି ଉପରେ ଆଲୋଚନା କରିଛନ୍ତି | ଏହାପରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟାଙ୍ଗରସାହି କୁ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଚାଲିଥିବା ଏଫ ଏଲ ଏନ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ରେ କଣକଣ କରାଯାଉଛି ଶିକ୍ଷକ ମାନଙ୍କୁ ପଚାରି ବୁଝିଥିଲେ | ଏହାପରେ ପଞ୍ଚସଖା ଶିକ୍ଷା ସେତୁ ରେ କେତେ ଅର୍ଥ ପ୍ରଦାନ କରାଯାଇଛି ଏବଂ ତାର ବିନିଯୋଗ ରେ ବିଦ୍ୟାଳୟ ରେ କ’ଣ କ’ଣ କରାଯାଇଛି ପଚାରି ବୁଝିଥିଲେ | ବିଦ୍ୟାଳୟ ର ପରିବେଶ ଏବଂ ଶୌଚାଳୟ ର ପରିଷ୍କାର ଓ ପରିଚ୍ଛନ୍ନତା କୁ ମଧ୍ୟ ତଦାରଖ କରିଥିଲେ | ଏହାପରେ ବ୍ଲକ ର ଅନ୍ୟାନ୍ୟ କାର୍ଯ୍ୟକ୍ରମ କୁ ତଦାରଖ କରିବା ପାଇଁ ଯାଇଥିଲେ |