କଳାହାଣ୍ଡି: ଭବାନୀପାଟଣାରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତ୍ୟୁ ଘଟଣାରେ ଚାଲିଛି ତନାଘନା । ୩ ବନ ବିଭାଗ ଅଧିକାରୀଙ୍କୁ ଜେରା ଆରମ୍ଭ କରିଛି ଟାଉନ ଥାନା ପୋଲିସ । ଗତ ୧୮ ତାରିଖରେ ଭବାନୀପାଟଣା ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଫରେଷ୍ଟର ସଞ୍ଜୟ ନାଏକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।
ପରିବାର ଲୋକେ ସିଲଭି କଲଚର ଡିଏଫଓ ଦେବେନ୍ଦ୍ର ବେହେରାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଘଟଣାରେ କଳାହାଣ୍ଡି ପୋଲିସ ଟାଉନ ଥାନାରେରେ ରାୟଗଡା ଆରିଆ ରେଞ୍ଜର ପ୍ରକାଶ ରଥ, ଡିଏଫଓ ଦେବେନ୍ଦ୍ର ବେହେରା ଏବଂ ଏସିଏଫ ରଜନୀକାନ୍ତ ରାଉତରାୟଙ୍କୁ ଜେରା କରୁଛି । ମୃତକଙ୍କ ପରିବାର ଆଣିଥିବା ଅଭିଯୋଗ କେତେ ସତ ? ସୁଇସାଇଡ ନୋଟରେ ଲେଖାଥିବା କଥାର ଗୁରୁତ୍ବ କେତେ ? ଡିଏଫଓଙ୍କୁ ମୃତ ସଞ୍ଜୟଙ୍କୁ ଚାପ ପକାଉଥିଲେ କି ନାହିଁ ? ଏହିଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିଛି ପୋଲିସ ।