ଘିକୁଣ୍ଡି ଗୋ- ସେବାଶ୍ରମ ଜାଳି ଥିବା ଅଭିଯୁକ୍ତ କୁ ଗିରଫ ଦାବିରେ ଥାନା ର ଦ୍ବାରସ୍ଥ ହେଲେ ଗୋ ସେବକ


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଇ ପଞ୍ଚାୟତ ର ଘିକୁଣ୍ଡି ଗ୍ରାମରେ ଥିବା ଗୋ – ସେବାଶ୍ରମ କୁ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେବା ସହିତ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେବା ଶୁକ୍ରବାର ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି I ସୂଚନା ଯେ ଘିକୁଣ୍ଡି ଗ୍ରାମ ରେ ଗୁଞ୍ଜିପାଲି ଗ୍ରାମର ମଧୁ ସୁଦନ ମହାକୁର ନାମକ ଏକ ବ୍ୟକ୍ତି ଙ୍କ ମାଲିକାନାରେ ରହିଛି ମା ମାହେଶ୍ୱରୀ ଗୋ- ସେବାଶ୍ରମ I ତେବେ ଗତକାଲି ଗୁଞ୍ଜିପାଲି ଓ ଘିକୁଣ୍ଡି ଗ୍ରାମ ର ତିନି ଜଣ ବ୍ୟକ୍ତି ଉକ୍ତ ସେବାଶ୍ରମ କୁ ଯାଇ ମଧୁସୂଦନ କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭିତ କରାଇ ଥିଲେ l ଗୋରୁଗୁଡିକ ଗୋ ବେପାରୀ କୁ ବିକ୍ରି କରିବା ସହିତ ଜୀବନରେ ମାରିଦେବୁ କହି ମାଡ ମଧ୍ୟ ମାରିଥିବା ଥାନାରେ ଅଭିଯୋଗ କରିଥିଲେ ମଧୁସୂଦନ I ମାଡ ମାରି ଧମକ ଦେବାରୁ ସେ ଭୟଭୀତ ହୋଇ ସେଠାରୁ ପଳାଇ ଆସିଥିଲେ I ପରେ ଦୁର୍ବୃତ୍ତମାନେ ଗୋରୁଗୁଡିକୁ ବାହାରକୁ ଛାଡିଦେଇ ଗୋରୁ ମାନଙ୍କ ପାଇଁ ଗଚ୍ଛିତ ଖାଦ୍ୟ ସମାଗ୍ରୀ ପୁଆଳ , ନଡ଼ା, ଦାନା, ତଶୁ ଆଦି ରେ ନିଆଁ ଲଗାଇ ଦେଇଥିଲେ I ଫଳରେ ଗୋ ଖାଦ୍ୟ ସବୁ ପୋଡି ନଷ୍ଟ ହୋଇଯାଇଛି I ଅଭିଯୋଗ ଆଧାରରେ ବୀରମହାରାଜପୁର ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି I