Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଚ୍ଛାପଡା ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ଘଟଣା; ମୃତଦେହ ଉଦ୍ଧାର ସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍‌ର ତଦନ୍ତ ଆରମ୍ଭ

କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଗ୍ରାମର ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସପି ରଜତ କୁମାର ରାୟ ସଦଳବଳ ଜ୍ୟେଷ୍ଠଙ୍କ ମୃତଦେହ ଉଦ୍ଧାର ହୋଇଥିବା ଡାଙ୍ଗାଣାମା ନିକଟ କୁ ଯାଇ ସରଜମିନ ତଦନ୍ତ କରିଛନ୍ତି। ତାଙ୍କ ସହ ସାଇଣ୍ଟିଫିକ ଟିମ ମଧ୍ୟ ଉପସ୍ଥିତ ଥିଲେ। ପରେ ମୃତକ ଜ୍ୟେଷ୍ଠ ବଣ୍ଡକିଙ୍କ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରା ଗାଁସ୍ଥିତ ଘରକୁ ଯାଇ ପଚରାଉଚରା କରିଥିଲେ। ମୃତକଙ୍କ ଆଧାର କାର୍ଡ ଓ ମୋବାଇଲ ଫୋନ ଜବତ କରିଛନ୍ତି ତଦନ୍ତକାରୀ ଅଧିକାରୀ। ସୋମବାର ମୃତଙ୍କ ସହ ଘଟଣା ବେଳେ ଉପସ୍ଥିତ ଥିବା ସାଙ୍ଗ ଦାଶରଥି ଦିଗାଲଙ୍କୁ ପଚରାଉଚରା କରାଯିବ ବୋଲି ଡିଏସପି ରାୟ ସୂଚନା ଦେଇଛନ୍ତି। ସେଠାରୁ ଫେରିବା ପରେ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଅନ୍ୟ ଟିମ୍‌ ମୃତଦେହ ଉଦ୍ଧାର ସ୍ଥଳରେ ପହଞ୍ଚି ତନଖି କରିବା ସହିତ ବିଭିନ୍ନ ଦିଗ ଉପରେ ଛାନଭିନ୍‌ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରୁ ଅନ୍ୟ କେତେକ ଜିନିଷ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ରାୟଙ୍କ ସମେତ ୩ ଜଣିଆ ଟିମ9 ଗୋଚ୍ଛାପଡାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅତିରିକ୍ତ ଏସପି ବଳଭଦ୍ର ଦୀପ, ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ ତଦନ୍ତକାରୀ ଅଧିକାରୀ। ଅନ୍ୟପକ୍ଷରେ ଏହି ଅଭିଯୋଗ ପରେ ଜିଲା ପୁଲିସ ବିଭାଗ ପକ୍ଷରୁ ମଧ୍ୟ ୫ ଜଣ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମଧ୍ୟ ଅଞ୍ଚଳବାସୀ ଦାବିକରି ଏକ ଦାବିପତ୍ର ନୂତନ ଏସପିଙ୍କୁ ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ