Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁଶ୍ରୀର ୧୭୦ତମ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ

ବରଗଡ଼: ଯାଦୁକର ଯାଦୁ ବାଡି ଟିଏ ଧରି ଗୋଟିଏ ବସ୍ତୁକୁ ବିଭିନ୍ନ ଦ୍ରବ୍ଯରେ ପରିଣତ କରିଦେଲା ପରି ପୁସ୍ତକ ବ୍ୟକ୍ତିକୁ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇବାର କ୍ଷମତା ରଖିଥାଏ। ତେଣୁ ପୁସ୍ତକ ଯାଦୁ ବାଡି ପରି ମାନବ କୁ ମହାମାନବ ରେ ପରିଣତ କରିଥାଏ ବୋଲି ‘ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର’ର ୧୭୦ତମ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତାଗଣ ମତ ପ୍ରକାଶ କରିଛନ୍ତି। ବରଗଡ଼ ସଦର ମହକୁମା ର ଅନତି ଦୂରରେ ଅବସ୍ଥିତ ବରାହଗୋଡା ଗ୍ରାମ ଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ଗାଁ ଦାଣ୍ଡରେ ଅନୁଷ୍ଠିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗୋବର୍ଦ୍ଧନ ସାହୁ ଯୋଗଦେଇ ପୁସ୍ତକ ସାଧାରଣ ବ୍ୟକ୍ତିକୁ ଅସାଧାରଣ ସମ୍ପନ୍ନ କରିଥାଏ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷାବିତ ରମେଶ ଚନ୍ଦ୍ର ସାହୁ ପୁସ୍ତକକୁ ଯାଦୁ ବାଡି ସହ ସମାନ ବୋଲି ଅଭିହିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟ କାନ୍ତି ଭୋଇ ଓ ଶିକ୍ଷକ ତଥା ସାହିତ୍ୟିକ ଦୟାନିଧି ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ ପୁସ୍ତକର ଉପାଦେୟତା ସମ୍ପର୍କରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ସହିତ ଗ୍ରାମବାସୀମାନେ ଯୋଡି ହୋଇ ପୁସ୍ତକ ପଠନରେ ମଜ୍ଜି ଯାଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଖୁସି ପ୍ରଧାନ, ସୁପ୍ରିୟା ସାହୁ ଓ ଆୟୁଶ୍ରୀ ଭୋଇ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରି ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମକୁ ‘ଶିଶୁଶ୍ରୀ’ ର ପ୍ରତିଷ୍ଠାତା ଡକ୍ଟର ରବିନାରାୟଣ ସାହୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ