Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୁର୍ଘଟଣା ଗ୍ରସ୍ତ ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋମବାର ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ସୋନପୁର କୁଞ୍ଜ ଛକ୍ ପାଖରେ ଟ୍ରକ ଚାପାରେ ଜଣେ ସ୍କୁଟି ଆରୋହୀ ଯୁବକଙ୍କ ମୃତ୍ୟ ଘଟିଛି। ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ପ୍ରକାଶ ଯେ ବୌଦ୍ଧ ପଟରୁ ଏକ ଟ୍ରକ ସୋନପୁର ପଟକୁ ଆସୁଥିଲା ବେଳେ ସମାନ ପଟରୁ ଏକ ସ୍କୁଟିରେ ଜଣେ ଯୁବକ ସୋନପୁର ପଟକୁ ଆସୁଥିଲେ। ଯୁବକଙ୍କ ସ୍କୁଟି ଅପର ପଟରୁ ଆସୁଥିବା ଏକ ବାଇକ ସହ ତେଲନଦୀ ସେତୁ ପାଖରେ ଧକ୍କା ହେବାରୁ ସ୍କୁଟି ଆରୋହୀ ଯୁବକ ଜଣକ ଟ୍ରକ ଚକା ତଳେ ପଡି ଯାଇଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଯାଇଛି। ତେବେ ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ପାରିନାହିଁ । ଦୁର୍ଘଟଣା ଘଟାଇ ଟ୍ରକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ସୋନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।