Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ଲୋକେ ପାଣି ଟିକିଏ ପିଇବା ପାଇଁ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ କଦଳୀପାଲି ଛକ ନିକଟରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ବହୁ ଦିନ ଧରି ଅଚଳ ହୋଇ ପଡ଼ିଛି । ଫଳରେ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଥିବା ଜଣାପଡିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚଦଶ ସିଏଫ୍ ସି ଟାଏଡ ଫଣ୍ଡ ରୁ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପ୍ରକଳ୍ପ କରାଯାଇଥିଲା। ମାତ୍ର ଏହା ଲାଗି ଥିବା ଯନ୍ତ୍ରାନ୍ସ ନିମ୍ନମାନ ହୋଇଥିବା ହେତୁ ଅଧିକାଂଶ ସମୟରେ ବନ୍ଦ ହୋଇ ପଡ଼ୁଛି। ଫଳରେ ଲୋକେ ପାଣି ଟିକେ ପାଉ ନାହିଁ ଏହା ବ୍ୟତୀତ ସ୍ଥାନୀୟ ହାଇସ୍କୁଲ ନିକଟରେ ଏହି ପ୍ରକଳ୍ପ ଥିବାରୁ ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରୁ ପାଣି ବ୍ୟବହାର କରିଥାନ୍ତି। ବାଟୋଇ ମାନେ ମଧ୍ୟ ଏବେ ପାଣି ଟୋପେ ପାଉ ନାହାଁନ୍ତି। ବୀରମହାରାଜପୁର ବ୍ଲକ ରେ ଥିବା ଯନ୍ତ୍ରୀ ଜଣଙ୍କ ଖାମ ଖିଆଲି ମନୋଭାବ ଓ ଦାୟିତ୍ୱ ହୀନତା ଯୋଗୁଁ ପାନୀୟ ଜଳ ଗୁଡିକ ଅଧିକାଂଶ ସମୟ ବନ୍ଦ ହୋଇ ପଡୁଛି ହେଲେ ଯନ୍ତ୍ରୀ ଙ୍କ ପାଖରେ ଖବର ରହୁନାହିଁ l ଏ ନେଇ ଅଧିକ ଜାଣିବା ପାଇଁ ଯୋଗାଯୋଗ କଲେ ମଧ୍ୟ୍ୟ ଫୋନ ଉଠାଉ ନାହାନ୍ତି l ଏବେ ଗ୍ରୀଷ୍ମ ଦିନ ଭଳି ଉତ୍ତାପ ବୃଦ୍ଧି ପାଉ ଥିବାରୁ ପାନୀୟ ଜଳ ର ଆବଶ୍ୟକତା ରହୁଥିବା ବେଳେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଉକ୍ତ ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳିପାରୁ ନାହିଁ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ