ହରିୟାଣା: ହରିୟାଣାରେ ଏକଜିଟ ପୋଲକୁ ପଛରେ ପକାଇ ବିଜେପି ଆଗରେ । ଭୋଟ୍ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାରେ ନେକ୍ ଟୁ ନେକ୍ ଫାଇଟ୍ ଦେଖିବାକୁ ମିଳିଛି । ପ୍ରଥମ ପ୍ରର୍ଯ୍ୟାୟ ଭୋଟ୍ ଗଣତିରେ କଂଗ୍ରେସ ଆଗରେ ଚାଲୁଥିବା ବେଳେ ଦ୍ବିତୀୟ ଚରଣରେ ବିଜେପି ଆଗରେ ରହିଛି ।
ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ୪୮ଟି ଆସନରେ ଆଗରେ ଚାଲୁଛି । ସେହିପରି କଂଗ୍ରେସ ୩୪ଟି ବିଧାନସଭା ଆସନରେ ଆଗରେ ରହିଛି । ଆଇଏନଏଲଡି ମାତ୍ର ୫ଟି ଆସନରେ ଆଗରେ ଚାଲୁଥିବା ବେଳେ ଅନ୍ୟାନ୍ୟ ତିନୋଟି ସିଟରେ ଆଗୁଆ ଚାଲିଛନ୍ତି । ହରିୟାଣାରେ ଭାରତୀୟ ଜନତା ପାର୍ଟି ହ୍ୟାଟ୍ରିକ୍ ମାରିବା ଲକ୍ଷ୍ୟରେ ରହିଥିବା ବେଳେ କଂଗ୍ରେସ କମ୍ ବ୍ୟାକ୍ କରିବାକୁ ପ୍ରୟାସ କରୁଛି । ହରିୟାଣାରେ ମୋଟ୍ ୯୦ ବିଧାନସଭା ଆସନରେ ଭୋଟ୍ ଗଣତି ଜାରି ରହିଛି । ଏଥର ୧୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଏକ୍ସଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ, କଂଗ୍ରେସ ହରିୟାଣାରେ ସରକାର କରିବା ନେଇ ଆକଳନ କରାଯାଉଥିଲା । ଚଳିତ ନିର୍ବାଚନରେ ୬୭.୯୦ ପ୍ରତିଶତ ଭୋଟିଂ ହୋଇଛି ।