Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ ; ମୃତ ପରିବାର ବର୍ଗ ଙ୍କୁ ସହାୟତା ଦାବି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଉଫୁଲା ପଞ୍ଚାୟତ ର ଟିଠୀପାଲି ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଟିଠୀପାଲି ଗ୍ରାମର କମ୍ଭୁ ଖମାରୀ ଙ୍କ ପୁଅ ସରୋଜ ଖମାରୀ (ଟିଟୁ) (୨୮) ବୋଲି ଜଣା ପଡିଛି। ସୋମବାର ଦିନ ସରୋଜ ଘରେ ଟୁଲୁ ପମ୍ପ ରେ ବିଦ୍ୟୁତ ସଂଯୋଗ କରୁଥିବା ବେଳେ ସଟ ସର୍କିଟ ହୋଇ   ଯିବାରୁ ସେ ବିଦ୍ୟୁତ ରେ ଲାଗି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନା କୁ ଅଣାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠରେ ମୃତ ଘୋଷଣା କରିଥଲେ । ଏନେଇ ବୀରମହାରାଜପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ ଯୁବକ ଜଣକ ଗତ ବର୍ଷ ବିଭାହ କରିଥିବା ଜଣାଯାଇଛି । ତେବେ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବୀ ହେଉଛି । 
   

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ