Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହରିୟାଣା ବିଜୟ ପରେ ରାହୁଲଙ୍କ ପାଖକୁ ଜଲେବି ପଠାଇଲା ବିଜେପି

ହରିୟାଣା: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପାଇଁ ଜଲେବି ଅଡୁଆ ବଢ଼ିବାରେ ଲାଗିଛି । ହରିୟାଣା ଗୋହନାର ମାତୁରାମ ଜଲେବି ରାହୁଲ ଗାନ୍ଧିଙ୍କୁ ଭାରି ପଡିଲାଣି । ସେ ଯେବେଠୁ ମଞ୍ଚ ଉପରୁ ଜଲେବିରୁ ରୋଜଗାର ସମ୍ଭାବନା ଏବଂ ବଡ଼ ଫ୍ୟାକ୍ଟ୍ରି ଲଗାଇବାକୁ କହିଥିଲେ, ସୋସିଆଲ ମିଡିଆରେ ସେବେଠୁ ବିଭିନ୍ନ ପ୍ରକାରର ମିମ୍ସର ଝଡ଼ ସୃଷ୍ଟି ହୋଇଛି ।

ହରଯିୟାଣା ବିଧାନସଭା ନିର୍ବାଚନରେ ଜଲେବି ପ୍ରସଙ୍ଗ ହଟ୍‌ ଟପିକ୍‌ ଥିଲା । କଂଗ୍ରେସ ହରିୟାଣାରେ ନିର୍ବାଚନ ହାରିବା ପରେ ବିଜେପି ଏହି ଜଲେବିକୁ ନେଇ ତାକୁ ଟାର୍ଗେଟ୍‌ କରିଛି । ରାହୁଲଙ୍କ ଘରକୁ ବିଜେପି ଏକ କିଲୋ ଜଲେବି ପଠାଇଛି । ଏକଥା ଖୋଦ୍‌ ବିଜେପି ସୋଶାଲ ହ୍ୟାଣ୍ଡେଲରେ ଟ୍ୱିଟ୍‌ କରି ସୂଚନା ଦେଇଛି ।

ହରିୟାଣାରେ ବିଜେପିର ହ୍ୟାଟ୍ରିକ୍‌ ପରେ ଦଳର ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଭାରତୀୟ ଜନତା ପାର୍ଟି ହରିୟାଣାର ସମସ୍ତ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧି ଜୀଙ୍କ ଘରକୁ ଜଲେବି ପଠାଯାଇଛି ।’

ଏହି ଟ୍ୱିଟ୍‌ରେ ଅର୍ଡର ଡିଟେଲର ସ୍କ୍ରିନ୍‌ ସଟ୍‌ ମଧ୍ୟ ଆଟାଜ କରାଯାଇଛି, ଯେଉଁଥିରେ ୨୪ ଆକବର ରୋଡ ପାଇଁ କନଟ୍‌ ପ୍ଲେସ ବିକାନେରୱାଲା ମିଠା ଦୋକାନୀରୁ ଜଲେବି ଅର୍ଡର କରାଯାଇଥିବା ଦେଖିବାକୁ ମିଳିଛି । ଏଥିରେ ଜଲେବିର ମୂଲ୍ୟ ୬୦୯ ଟଙ୍କା ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ହରିୟାଣା ନିର୍ବାଚନ ପ୍ରଚାର ବେଳେ ଗୋହନାରେ ପ୍ରସିଦ୍ଧ ମାତୁରାମ ହାଲୱାଇଙ୍କ ଜଲେବି ଖାଇଥିଲେ ରାହୁଲ ଗାନ୍ଧି । ପରେ ଭାଷଣରେ ସେହି ଜଲେବି ଥିଓରି ଦୋହାରାଇଥିଲେ ରାହୁଲ । ସେ କହିଥିଲେ, ଏଭଳି ଜଲେବି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ । ଏହାକୁ ତୀବ୍ର ସମାଲୋଚନା କରିଥିଲେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ । ସେ କହିଥିଲେ, ରାହୁଲ ଜାଣିନାହାନ୍ତି ଜଲେବି କେମିତି ତିଆରି ହୁଏ ଓ କେମିତି ବିକ୍ରି ହୁଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ