Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା ରେ ଦୁର୍ଗା ପୂଜା ଅବସରରେ କଳସ ଶୋଭାଯାତ୍ରା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ୨ୟ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।‌ ସକାଳୁ ସ୍ଥାନୀୟ ବାଇଗଣୀ ଜୋର ପଠାରେ ଗଙ୍ଗାମାତା ଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଶତାଧିକ ମହିଳା ଓ ପୁରୁଷ ଜଳ ପୂର୍ଣ୍ଣ କଳସି ଧରି ହରିବୋଲ , ହୁଳହୁଳି , ଘଣ୍ଟ , ଶଙ୍ଖ ଧ୍ବନିରେ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରାଯାଇ ପୂଜା ମଣ୍ଡପ ଠାରେ କଳସ ସ୍ଥାପନ କରାଯାଇଥିଲା । ଏଥିରେ ପୂଜକ ହିମାଂଶୁ ଶେଖର ଷଡ଼ଙ୍ଗୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସମାରୁ ନାଏକ ଓ ଧର୍ମପତ୍ନୀ ହେମକାନ୍ତି ନାଏକ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ । ଗୁରୁବାର ସକାଳୁ ମା’ଙ୍କ ଆରାଧନା ସହ ପୂଜା କାର୍ଯ୍ୟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ କମିଟି ପକ୍ଷରୁ ସୂଚନା ରହିଛି। ଏଥିରେ ପୂଜା କମିଟିର ସଭାପତି ସୁଶିଲ ପାଣ୍ଡେ , ସମ୍ପାଦକ ବିପିନ ଚୋଧୁରୀ , କୋଷାଧ୍ୟକ୍ଷ ତଥା ବରିଷ୍ଠ ସଦସ୍ୟ ବବୁଲ ମହାପାତ୍ର , ଉପସଭାପତି ଓ ପରିଚାଳକ ମୁକେଶ ମେହେରଙ୍କ ସହ ୬୦ ରୁ ଉର୍ଦ୍ଧ୍ବ ସଦସ୍ୟ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ