Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ବଳିରେ ରକ୍ତରଞ୍ଜିତ ହେଲା ରାଜରାସ୍ତା

କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ପରମ୍ପରା ନାଁରେ ପଡ଼ିଲା ପଶୁ ବଳି । ପୁଣି ରକ୍ତରଞ୍ଜିତ ହୋଇଛି ଭବାନୀପାଟଣା ସହର ରାଜରାସ୍ତା ।

ଚଳିତବର୍ଷ ବି ଶ୍ରଦ୍ଧାଳୁମାନେ ନିଜ ମାନସିକ ପୂରଣ ଲାଗି ଶହ ଶହ ନିରୀହ ପଶୁ ବଳି ଦେଇଛନ୍ତି । ଭବାନୀପାଟଣାର ନାଗ ବଂଶୀୟ ରାଜ ପରିବାରର ତଥା କଳାହାଣ୍ଡି ବାସିନ୍ଦାଙ୍କ ଆରାଧ୍ୟ ଦେବୀ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହେଉଛି ।

ଭୋର ୪ଟା ପରେ ମା’ଙ୍କର ବିଜୟ ଛତର ସହର ଉପକଣ୍ଠରେ ଥିବା ଜେନାଖାଲରୁ ବାହାରିଛି । ମଧ୍ୟରାତ୍ରରେ ଜେନାଖାଲରେ ରୀତିନୀତି ଅନୁଯାୟୀ ଗୁପ୍ତ ପୂଜା ପରେ ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।

ଦିନ ୧୨ଟା ପୁର୍ବରୁ ରାଜବାଟି ସ୍ଥିତ ମା’ ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିବ । ଭକ୍ତମାନେ ଶାନ୍ତି ଓ ମୈତ୍ରୀର ପ୍ରତୀକ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡାଉଛନ୍ତି । ମା’ଙ୍କ ଛତର ଯାତ୍ରା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମୁତୟନ ହୋଇଛନ୍ତି ୧୫ ପ୍ଲାଟୁନ ପୁଲିସ ଫୋର୍ସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ