ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଦେବୀ ମାହେଶ୍ବରୀଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ଦେବୀ ମାହେଶ୍ଵରୀଙ୍କୁ ଆଲମ ଓ ଛତିଛତ୍ର ସହ ଢୋଲ , ନିଶାଣ , ମହୁରୀ ଓ ଘଣ୍ଟ ବାଦ୍ୟ ପରିବେଷଣ ପୂର୍ବକ ନିକଟସ୍ଥ ମହାନଦୀ ତଥା ଜୋର କୁ ସ୍ନାନ ପାଇଁ ନିଆଯାଇଥିଲା । ଏହି ଅବସରରେ ବିଭିନ୍ନ ଗ୍ରାମରେ ପାରମ୍ପାରିକ ବାଡି ଖେଳ ମଧ୍ୟ ପ୍ରଦର୍ଶିତ କରିଥିଲେ । କର୍ଡାପାଲ , ସଣ୍ଢା , ଭାଲିଆପଦର , ଦେଉଳମୁଣ୍ଡା , ହିଲୁଙ୍ଗ ଆଦି ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ମାହେଶ୍ବରୀଙ୍କ ଯାତ୍ରାରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା । ସ୍ନାନ ଯାତ୍ରା ରେ ପାରମ୍ପରିକ ଶୋଭାଯାତ୍ରାରେ ବାଡ଼ିଖେଳ ସହ ଢୋଲ , ମହୁରୀ , ନିଶାଣ ଆଦି ସାମିଲ ହୋଇଥିଲା । ଲୁଦୁମୁଣ୍ଡା ସ୍ଥିତ ହରିହର ଯୋର , ବୀରମହାରାଜପୁର , ଧର୍ମଶାଳା , ଉଲୁଣ୍ଡା , ଚଡ଼େଇପଙ୍କ , ସିଣ୍ଢୋଲ ଆଦି ନିକଟସ୍ଥ ମହାନଦୀ କୁ ସ୍ନାନ ପାଇଁ ଯାଇ ପୁଣି ଶୋଭାଯାତ୍ରା ରେ ମନ୍ଦିରକୁ ଫେରିଥିଲେ । ଏଥି ସହିତ ମା’ ମାହେଶ୍ୱରୀ ଗ୍ରାମ ପରିକ୍ରମା କରିଥିଲେ । ଏହି ସମୟରେ ଗ୍ରାମରେ ମା’ଙ୍କୁ ସମସ୍ତେ ପୂଜା ବନ୍ଦାପନା କରିଥିଲେ । କମିରା, ଲଖନି, କର୍ଡlପାଳ , ଗୌଡ଼ଗାଡ, , ଅମାତପାଲି ପୁରୁଷୋତ୍ତମପାଳି , ଡୁମୁରି, ଡୁମୁରି, ମେଣ୍ଡମାଲ ହିଲୁଙ୍ଗ ଆଦି ବିଭିନ୍ନ ଗ୍ରାମରେ ଗୁରୁବାର ଦିନ ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ସେହିପରି ବଡ ବରଡ଼ାକଟା ଠାରେ ମା ମାହେଶ୍ୱରୀ ଙ୍କ ବାଡ଼ି ଯାତ୍ରା ସମ୍ପର୍ଣ୍ଣ ହୋଇଯାଇଛି I ଗୁରୁବାର ପାରମ୍ପରିକ ପୂଜାର୍ଚନା ପରେ ଅପରାହ୍ନ ରେ ଗମ୍ଭୀରା ରୁ ବାହାରି ବଡ଼ ବରଡ଼ାକଟା , ବୁରୁବୁଡା ଗ୍ରାମ ପରିକ୍ରମା କରି ନିକଟସ୍ଥ ଜଳାଶୟ ରେ ସ୍ନାନ ସହ ଗମ୍ଭୀରା ବିଜେ କରିଥିଲେ l ଏଥିରେ ପୂଜକ ଭାବରେ ବଳରାମ ପଣ୍ଡା , ଦେହେରି ଜଗନ୍ନାଥ ଦେହୁରୀ , ଗାଁ ଗୌନ୍ତିଆ ଶିବ ନାରାୟଣ ମିଶ୍ର କାର୍ଯ୍ୟ ତୁଲାଇ ଥିଲେ l ସନ୍ଧ୍ୟାରେ ନିର୍ଜଳା ଓପାସରେ ରହି ଭଉଣୀମାନେ ନିଜ ନିଜ ଭାଇମାନଙ୍କ ପାଇଁ ଭାଇ ଜିଉଁତିଆ ଓଷା ପାଳନ କରିଛନ୍ତି I ଏହି ଅବସରରେ କର୍ଡାପାଲ ଓ ବୀରମହାରାଜପୁର ନିକଟସ୍ଥ ରଥପୁର ଛକ ରେ ରାବଣ ଦରବାର ଆୟୋଜନ କରାଯାଇଛି । କର୍ଡାପାଳରେ ପ୍ରଫୁଲ୍ଲ ମେହେର ରାବଣ ଭୂମିକାରେ ଅଭିନୟ କରୁଛନ୍ତି । ଏହା ବ୍ୟତୀତ ସେଠାରେ ମହିଳା ଦଣ୍ଡନୃତ୍ୟ ମଧ୍ୟ ପରିବେଷଣ ହୋଇଯାଇଛି l