Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହରିହର ଜୋର୍ କେନାଲ ପାଣି ଚାଷୀ ଙ୍କ କ୍ଷେତରେ ପହଁଚି ପାରୁ ନ ଥିବାରୁ ତହସିଲଦାରଙ୍କ ପାଖରେ ଦାବୀ ପତ୍ର ପ୍ରଦାନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହରିହର ଜୋର୍ ମଧ୍ୟମ ଜଳ ସେଚନ ପ୍ରକଳ୍ପ ର ତଳ ମୁଣ୍ଡ କୁ କେନାଲ ପାଣି ପହଞ୍ଚିପାରୁ ନଥିବାରୁ ଆଜି ଚମ୍ପାମାଲ ଏବଂ ଝାରକୁମୁଣ୍ଡା ଚାଷୀ ତହସିଲଦାର ଙ୍କୁ ଅଭିଯୋଗ କରିଥିଲେ l ଚମ୍ପେଶ୍ୱର ପାଣି ପାଞ୍ଚାୟତ ଅଞ୍ଚଳ ଥିବା ୮୪୪. ୧୨ ହେକ୍ଟର ଚାଷ ଜମି କୁ ପାଣିଦେବା ପାଇଁ ଉଦ୍ଦିଷ୍ଟ ଥିବାବେଳେ କେନାଲ ପାଣି ଅପହଞ୍ଚ ହୋଇପଡୁଛି l ସୋମବାର ଚାଷି ମାନେ କୋଡ଼ି କୋଦାଲ ଧରି କେନାଲ ସଫା କରିବା ପାଇଁ ଓହ୍ଲେଇ ଥିଲେ l ପରେ ଚାଷୀ ମାନେ ବୀରମହାରାଜପୁର ତହସିଲଦାର ଙ୍କୁ କେନାଲ ଜବର ଦଖଲ ଉଛେଦ ତଥା ତଳ ମୁଣ୍ଡ କୁ କେନାଲ ପାଣି ଯୋଗାଇ ଦେବା ଉଲ୍ଲେଖ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ l ଉକ୍ତ ଦାବୀ ପତ୍ର ପ୍ରଦାନ କଲାବେଳେ ଚାଷୀ ବେଣୁଧର ନାଏକ , କିଶୋର ହୋତା , ମନୁ ଗୁଦୁରିଆ , ରବିଚନ୍ଦ୍ର ବିଶି ଙ୍କ ନେତୃତ୍ୱ ରେ ଶତାଧିକ ଚାଷୀ ସାମିଲ ହୋଇଥିଲେ l