ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ଠାରେ ଗଜଲକ୍ଷ୍ମୀ ପୂଜା ପାଇଁ ବୁଧବାର କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ‌ ସକାଳୁ ନିକଟସ୍ଥ ପୋଖରୀରେ ଗଙ୍ଗାମାତା ଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ବହୁ ସଂଖ୍ୟକ ମହିଳା ଓ ପୁରୁଷ, ଯୁବକ ଯୁବତୀ ମାନେ ଜଳ ପୂର୍ଣ୍ଣ କଳସି ଧରି ହରିବୋଲ , ହୁଳହୁଳି, ଶଙ୍ଖ ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରିଥିଲେ । ପରେ ସମସ୍ତେ ଯାତ୍ରା ପଡ଼ିଆରେ ଠାରେ ପହଞ୍ଚି ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ । ଏଥିରେ ପୂଜକ ପଣ୍ଡିତ ସଚ୍ଚିଦାନନ୍ଦ ପଣ୍ଡା ଓ ପଣ୍ଡିତ ସଦାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ। ଚଳିତ ବର୍ଷ ଏଠାକାର ଗଜଲକ୍ଷ୍ମୀ ପୂଜା ୪୨ ବର୍ଷରେ ପହଞ୍ଚିଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାଜସଜ୍ଜାଠାରୁ ଆରମ୍ଭ କରି ମେଢ଼, ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇଛି । ୧୦୦ରୁ ଉର୍ଦ୍ଧ୍ବ ବ୍ରତଧାରି ନିଷ୍ଠା ଓ କାଷ୍ଟ ସହିତ ବ୍ରତ ଧାରଣ କରିବେ । ପୂର୍ବ ପ୍ରସ୍ତୁତିମତେ ଏଥିପାଇଁ ଗଠିତ ହୋଇଛି ଏକ ପରିଚାଳନା କମିଟି। ଏଥିରେ ଲବ କୁମାର ସାହୁ ସଭାପତି , ଉପଦେଷ୍ଟା ରାଜଗୋପାଳ ପାଣିଗ୍ରାହୀ , କୁଶ କୁମାର ସାହୁ , ପ୍ରେମାନନ୍ଦ ଜଟି , ଉପ ସଭାପତି ଧନଞ୍ଜୟ ସାହୁ , ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର , କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣ , ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ କମିଟିର କର୍ମକର୍ତ୍ତା ଭାବେ ମନୋନୀତ କରାଯାଇଛି।‌ ଗୁରୁବାର ସକାଳୁ ମା’ଙ୍କ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗ୍ରାମରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଯିବ।‌ ଏବର୍ଷ ପୂଜାକୁ ଆକର୍ଷଣୀୟ କରିବା ପାଇଁ ମନୋଲୋଭା ମେଢ, ଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଏହା ସହିତ ପ୍ରତ୍ୟହ ସକାଳୁ ମାଁ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ହେବା ସହିତ ସକାଳେ ଓ ସନ୍ଧ୍ୟାରେ ପୁଷ୍ପାଞ୍ଜଳି ହେବ। ପୂର୍ବାହ୍ନ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ରାମାୟଣହେବ ଏଥିରେ ବ୍ୟାସ ଭାବେ ଅଜିତ କୁମାର ଦାସ ଦ୍ବାରା ପୁରାଣ ପଠନ କାର୍ଯ୍ୟକ୍ରମ ରହିଛି ।