ଗୋଧନେଶ୍ଵର ଶୈବପୀଠ ରେ ନବାହ ପରାୟଣ ପାଇଁ ପ୍ରସ୍ତୁତି ବୈଠକ


ବୀରମହାରାଜପୁର : (ସୌମିତ୍ରି ମେହେର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଗୋଧନେଶ୍ଵର ଶୈବପୀଠରେ ଶିବଶକ୍ତି ସତସଙ୍ଗ ସଂଘ ପକ୍ଷରୁ ନବାହ ପାରାୟଣ ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ପ୍ରଭଞ୍ଜନ ପ୍ରଧାନ ନେତୃତ୍ୱରେ ଉକ୍ତ ବୈଠକ ଆହୋଜିତ ସୋଇଥିଲା । ଆସନ୍ତା ମାଘ ତିଳ ସପ୍ତମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ନବାହ ପାରାୟଣ ହେବା ନେଇ ସମସ୍ତ ସଦସ୍ୟ ପ୍ରସ୍ତାବ ଦେଇଥିଲେ । କମିଟିର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ସମ୍ପାଦକ ସୂର୍ଯ୍ୟ ନାରାୟଣ ତରିଆ , କୋଷାଧ୍ୟକ୍ଷ ବୈଦ୍ୟନାଥ ବିଶ୍ଵାଲ , ଉପଦେଷ୍ଟା ଡିଲେଶ୍ଵର ପ୍ରଧାନ , ଶିତାରାମ ପ୍ରଧାନ , ଭିକାରୀ ପ୍ରଧାନ , ଗକୁଲ ମାଝି , ବିଶ୍ଵାମିତ୍ର ନାଗ , ରଞ୍ଜନ ମହାକୁର , ମହନ ଜଟି , ଦଫିଦାର ବିଶ୍ଵାଲ , ଅକ୍ଷୟ ପାଣ୍ଡେ , ଗୋଧନେଶ୍ଵର ଶିବଶକ୍ତି ସତସଙ୍ଗ ସଂଘ ର ବହୁ ସଦସ୍ୟ ଉପସ୍ଥିତ ଥିଲେ ।