Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଅଞ୍ଚଳରେ ବର୍ଷାଭାବ ଯୋଗୁଁ ମରୁଡି ଆଶଙ୍କା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବିଭିନ୍ନ ପଂଚାୟତ ର ଗାଁ ଗୁଡିକ ରେ ବର୍ଷା ଅଭାବରୁ ଧାନ ଓ କପା ଗଛ ମରିବାକୁ ବସିଲାଣି। ଆଗlମୀ ସପ୍ତାହକ ମଧ୍ୟରେ ଭଲ ବର୍ଷା ନହେଲେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଅଶଙ୍କା ଦେଖl ଦେଇଛି l ଚାଷୀମାନେ ଭଲ ଫସଲ ହେବ ବୋଲି ହାତରେ ଯାହାଟଙ୍କା ଥିଲା ତାଙ୍କ ଧାନ ଚାଷ , କପା ରେ ଖର୍ଚ୍ଚ କରି ସାରି ଦେଇଛନ୍ତି l ହେଲେ ଏବେ ବର୍ଷା ବଦଳ ରେ ପ୍ରବଳ ଖରା ଅନୁଭୂତ ହେଉଥିବା ରୂ ଚlଷ ଜମି ଗୁଡିକ ପାଣି ଅଭାବରେ ମାଟି ଫାଟି ଆଁ କରି ରହିଲାଣି l ଏହିପରି ଭାବରେ ଏ ଅଂଚଳ ର ଚାଷୀ ମାନେ ବର୍ଷବର୍ଷ ଧରି କ୍ଷତି ସହୁଛନ୍ତି I ଅନ୍ୟ ପଟେ ବୀରମହାରାଜପୁର ନିକଟରେ ମହାନଦୀ ପ୍ରବାହିତ ହେଉଥିବା ବେଳେ ଅନ୍ୟପଟେ ହରିହର ଜୋର ଡ୍ୟାମ ଜଳସେଚନ ପ୍ରକଳ୍ପ ଥାଇ ସୁଦ୍ଧା ପାଣିର ସୁବିଧା ନ ପାଇ ଚାଷୀ ମରୁଡିର ଶିକାର ହେଉଛି I ସରକାର ସର୍ବଦା ଚାଷୀକୁ ଅଣଦେଖା କରାଯାଉ ଥିବା ଚାଷୀ ଅଭିଯୋଗ କରନ୍ତି I ବିରମହlରାଜପୁର ବ୍ଲକ ର କେନଝରିଆପାଲି , ଲୁତୁରପଙ୍କ , ମୁର୍ଷୁଣ୍ଢୀ , ଦୁର୍ଜନତୈଳl ବହଲପଦର୍ , ଖଣ୍ଡହତା , ପିତାମହୁଲ , କମିରl, ସୁବଳୟା , ଜଟେସିଂହା , ବାଗବର ଆଦି ବିଭିନ୍ନ ପଞ୍ଚାୟତରେ ଗତ ଏକମାସରୁ ଉର୍ଦ୍ଧ୍ବ ହେବ ବର୍ଷା ନାହିଁ। ଫଳରେ ରେ ଚାଷୀମାନେ ମରୁଡ଼ି ଆଶଙ୍କା କରୁଛନ୍ତି । ଧାନ ବାହାରିବା ସମୟ ହୋଇଥିବା ବେଳେ ଚାଷଜମିକୁ ଜଳଯୋଗାଣର ଆବଶ୍ୟକତା ରହିଛି। ବର୍ତ୍ତମାନ ପ୍ରବଳ ଖରାରେ ଚାଷଜମି ଗୁଡ଼ିକ ପ୍ରାୟ ଶୁଖୁଲା ପଡ଼ିଛି। ଆଗାମୀ ସପ୍ତାହ ମଧ୍ୟରେ ଭଲ ବର୍ଷା ନହେଲେ ଫସଲ ନଷ୍ଟ ହେବ ଚାଷୀମାନେ ଆଶଙ୍କା କରିଛନ୍ତି। ଯେଉଁ ଚାଷଜମି ନିକଟରେ ଜଳଉତ୍ସର ସୁବିଧା ଅଛି, ଖର୍ଚ୍ଚାନ୍ତ ହୋଇ ଚାଷୀମାନେ ଫସଲ ବଞ୍ଚେଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯେଉଁ ଚାଷୀଙ୍କ ସମ୍ବଳ ନାହିଁ, ସେମାନେ ବର୍ଷାକୁ ଆଶା କରି ରହିଛନ୍ତି । ଏଣୁ ସାମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସେଚନ, କୃଷି ବିଭାଗ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ବିଜୁ କୃଷକ ଯୋଜନା ରେ ୨୦୨୩ ମସିହାରେ ଗଭୀର ନଳକୂପ ଖୋଲାଯାଇ ଥିଲା କିନ୍ତୁ ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ଗୋଟିଏ ବି ନଳକୂଅ ରେ ବିଦ୍ୟୁତ ସଂଯୋଗ କରାଯାଇନାହିଁ I କେବଳ ବିଦ୍ୟୁତ ଖୁଣ୍ଟ ପୋତି ଦିଆଯାଇଛି I ଏବେ ଲୋକମାନେ ପାଖରେ ଥିବା ଜୋର , ନାଳ , ବନ୍ଧ ମାନଙ୍କରୁ ପେଟ୍ରୋଲ /ଡିଜେଲ ଚଢ଼ାଦର ରେ କିଣି ପାଇପ ଯୋଗେ ଖେତ ରେ ପାଣି ଦେଉଥିବା ଦେଖାଦେଇଛି l ଏନେଇ ବିଭାଗୀୟ ଯନ୍ତ୍ରୀ ସୁଶାନ୍ତ କୁମାର ସାମଲ ଙ୍କୁ ପଚାରିବାରୁ ଏବେ ବର୍ଷା ଦିନ ଯାଇଛି , ଆଗକୁ କାମ ଆରମ୍ଭ କରି ମାର୍ଚ୍ଚ ସୁଦ୍ଧା କାମ ଶେଷ ହୋଇଯିବ ବୋଲି କହିଥିଲେ l ଏ ଦିଗରେ ପ୍ରଶାସନ ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବା କୁ ଚାଷୀମାନେ ଦାବି କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ