Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୮୮ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ୭୩ ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୧୫ ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି l ତନ୍ମଧ୍ୟରେ ୫ଟି ଦରଖାସ୍ତ ସି ଏମ ଆର ଏଫ ସହାୟତା ନିମନ୍ତେ ଆବେଦନ ହୋଇଛି। ଶିବିରରେ ୩୦ ଗୋଟି ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବାବେଳେ ଅନ୍ୟାନ୍ୟ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଶିବିରରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶିବ ବେହେରାଙ୍କୁ ଶିଶୁଙ୍କ ଶିକ୍ଷା ସହାୟତା ନିମନ୍ତେ ଟ.୮୫୦୦ ହଜାର , ଦୁଲ୍ଲଭ ମେହେରଙ୍କୁ ବିବାହ ପ୍ରୋତ୍ସାହନ ସହାୟତା ନିମନ୍ତେ ୫୦,୦୦୦ ହଜାର , ସବିତା ବଢ଼େଇଙ୍କୁ ଅନ୍ତିମ ସଂସ୍କାର ସହାୟତା ନିମନ୍ତେ ଟ.୫୦୦୦ ହଜାର ଓ ଲକ୍ଷ୍ମଣ ମହାନନ୍ଦଙ୍କୁ ମୃତ୍ୟୁ କାଳୀନ ସହାୟତା ନିମନ୍ତେ ୨ଲକ୍ଷ ଟଙ୍କା , ସୁରୁନନି ସାହୁଙ୍କୁ ମେଟରନିଟି ବେନିଫିଟ ସହାୟତା ୧୦,୦୦୦ ହଜାର ଟଙ୍କାର ଶ୍ରମିକ କଲ୍ୟାଣ ଆର୍ଥିକ ସହାୟତା ର ଡେମୋ ଚେକ୍ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଦାସ । ଏଥି ସହ ବ୍ଲକ ଅନ୍ତର୍ଗତ ଯୋଗ୍ୟ ହିତାଧିକାରୀଙ୍କୁ ଜିଲ୍ଲା ଶ୍ରମ ବିଭାଗ ତରଫରୁ ୧୫ ଜଣଙ୍କୁ ଝିଅ ବିବାହ ନିମନ୍ତେ ପ୍ରୋତ୍ସାହନ ସହାୟତା, ୩ ଜଣକୁ ମେଟରନିଟି ସହାୟତା, ୫୧ ଜଣଙ୍କୁ ଶିକ୍ଷା ନିମନ୍ତେ ସହାୟତା, ୬ଜଣ ଙ୍କୁ ମୃତ୍ୟୁ କାଳୀନ ସହାୟତା ଓ ୩ ଜଣଙ୍କୁ ଅନ୍ତିମ ସଂସ୍କାର ସହାୟତା ନିମନ୍ତେ ଅର୍ଥ ରାଶି ପ୍ରଦାନ କରାଯାଇଛି । ପୁନଶ୍ଚ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ପଞ୍ଚମହଲା ନିବାସୀ ଦିବ୍ୟାଙ୍ଗ ଲାଳମଣି ଲୁହା ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ଏହି ପରିପ୍ରେକ୍ଷୀରେ ଶ୍ରମ ବିଭାଗ ତରଫରୁ ସମୁଦାୟ ବିଭିନ୍ନ ୭୮ ଜଣଙ୍କୁ ମୋଟ ଟ.୨୨ଲକ୍ଷ ୬୨ ହଜାର ୨୦୦ ଟଙ୍କାର ସହାୟତା ଅର୍ଥ ରାଶି ସେମାନଙ୍କ ସଂଚୟ ଖାତା କୁ ଅନଲାଇନ ଯୋଗେ ପ୍ରଦାନ କରାଯାଇଛି । ବିଡିଓ, ଉଲୁଣ୍ଡା କରିସ୍ମା ବେସ୍ରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର , ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି , ସି ଡି ଏମ ଓ ଡ଼ଃ ଦୁର୍ଗା ଦତ୍ତ ଦାସ, ଅଧିକ୍ଷଣ ଯନ୍ତ୍ରୀ ପୀଡବ୍ଲୁଡି ଇଂ ଦାମୋଦର କୈବର୍ତ୍ତ , ଅଧିକ୍ଷଣ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ ଇଂ ତପନ କୁମାର ପ୍ରଧାନ, ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ , ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ , ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ , ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ , ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ , ନିର୍ବାହୀ ଯନ୍ତ୍ରୀ ଟି ପି ଡବ୍ଲୁ ଓ ଡି ଏଲ ଅଶୋକ କୁମାର ମିଶ୍ର , ଜିଲ୍ଲା ଶ୍ରମ ଅଧିକାରୀ ସବିତା ନାୟକ, ପ୍ରୋଗ୍ରାମ ଅଧିକାରୀ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅନିତା ଗୁରୁ , ଡେପୁଟି କଲେକ୍ଟର (ଗ୍ରୀଭେନସ) , ତହସିଲଦାର ଉଲୁଣ୍ଡା ପ୍ରଶାନ୍ତ କୁମାର ମହାରଣା ଙ୍କ ସମେତ ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ