Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରଶୁଣ୍ଢୀ ମୁରାସୁର ଦରବାରରେ ମୁଖ୍ୟ ଆକର୍ଷଣ ଥିଲା ବିଷ୍ନୁ ଙ୍କ ଲାଖ ବିନ୍ଧl ଓ ଲକ୍ଷ୍ମୀ ଙ୍କୁ ବିବାହ କରିବା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ୪୨ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାରର ସୋମବାର ପଞ୍ଚମ ସନ୍ଧ୍ୟାରେ ପହଞ୍ଚିଛି। ବରୁଣ ପୁରରେ ଲକ୍ଷ୍ମୀଙ୍କ ସ୍ଵୟଂବର ସଭାରେ ତିନି ପୁରର ରାଜ ସାମିଲ ହୋଇଥିଲେ। ମୁରାସୁର ମଧ୍ୟ ଉକ୍ତ ସଭାରେ ଉପସ୍ଥିତ ରହି ଲାଖ ବିନ୍ଧି ନପାରି ବିରକ୍ତ ପ୍ରକାଶ କରିଥିଲେ ।‌ ଶେଷରେ ବିଷ୍ଣୁ ଲାଖ ବିନ୍ଧି ଲକ୍ଷ୍ମୀଙ୍କୁ ବିବାହ କରିଥିବା ଦୃଶ୍ୟ ମୁକ୍ତାକାଶ ରଙ୍ଗମଞ୍ଚରେ ପର୍ଯ୍ୟାୟକ୍ରମେ ମଞ୍ଚସ୍ଥ ହୋଇଥିଲା। ମହାରାଜା ମୁରାସୁର ଙ୍କ ନିର୍ଦ୍ଦେଶକ୍ରମେ ପୂଜା କମିଟିର ସଭାପତି ଲବ କୁମାର ସାହୁ ଙ୍କ ସଭାପତିତ୍ବରେ ମୁରାସୁର ଦରବାରର ରାଜସଭା ଆୟୋଜନ ହୋଇଥିଲା । ଏଥିରେ ରାଜକୀୟ ଅତିଥି ଭାବେ ବୀରମହାରାଜପୁର ତହସିଲଦାର ପୁନମ ମହାପାତ୍ର ମୁଖ୍ୟ ଅତିଥି ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା , ଅତିରିକ୍ତ ତହସିଲଦାର ସ୍ବାଗତ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ଓପିଏସ୍ ସି ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଶବନମଶ୍ରୀ ମେହେରଙ୍କୁ ଅତିଥି ମାନଙ୍କ ଦ୍ବାରା ସ୍ମୃତି ଫଲକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂଜା କମିଟିର ଉପଦେଷ୍ଟା ରାଜଗୋପଲ ପାଣିଗ୍ରାହୀ , କୁଶ କୁମାର ସାହୁ, ପ୍ରମାନନ୍ଦ ଜଟି, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର , କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି , ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ