ହରିହର ଜୋର ଖଣ୍ଡି ରୁ ଯୁବକ ଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ପଞ୍ଚାୟତ ବମରାଜ ନିକଟସ୍ଥ ହରିହର ଜୋର୍ ଖଣ୍ଡି ରେ ଏକ ଯୁବକର କ୍ଷତବିକ୍ଷତ ମୃତ ଦେହକୁ ପୋଲିସ ମଙ୍ଗଳବାର ଉଦ୍ଧାର କରିଛି l ମୃତକ ଜଣକ ବୀରମହାରାଜପୁର ଥାନା ଅନ୍ତର୍ଗତ ଘଣ୍ଟ ପାଲି ଗ୍ରାମ ଶେଷଦେବ ଘୁସୁରି (27) ବୋଲି ଚିହ୍ନଟ ହୋଇଛି l ସେ ଜଣେ ଟ୍ରାକ୍ଟର ଡ୍ରାଇଭର ଥିବାବେଳେ ଗତ ରବିବାର ଠାରୁ ନିଖୋଜ ଥିଲେ I ନିଖୋଜ ହୋଇଥିବା ସମ୍ପର୍କରେ ମୃତକର ପରିବାର ଲୋକ ବୀରମହାରାଜପୁର ଥାନାରେ ଏତଲା ଦେଇଥିଲେ I ଏ ସମ୍ପର୍କରେ ପୋଲିସ ଓ ପରିବାରବର୍ଗ ଖୋଜା ଖୋଜି କରିବା ପରେ ହରିହର ଜୋର ନାଳ ନିକଟ ଭରତା ଆଟ ରୁ ମଙ୍ଗଳବାର ସନ୍ଧ୍ୟାରେ କ୍ଷତବିକ୍ଷତ ଅବସ୍ଥା ରେ ମରି ପଡିଥିବା ଦେଖିବାକୁ ପାଇଲେ I ଶବ ଚିହ୍ନଟ ପରେ ବୁଧବାର ଶବ ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଅନୁସନ୍ଧାନ କରୁଥିବା ଜଣାପଡ଼ିଛି l ତେବେ ପରିବାର ଲୋକ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି